Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ହାତୀ 🐘 ସିଡିଏ ସେକ୍ଟର-୧୩ ରେଭେନ୍ସା ଦ୍ବିତୀୟ କ୍ୟାମ୍ପସରେ; ସ୍ଥାନୀୟ ବାସିନ୍ଦା ଆତଙ୍କିତ ।

 


20/02/2021


କଟକ 📌


Chief Reporter & Editor/- Srinibash Rout

କଟକ ସିଡିଏ ସେକ୍ଟର-୧୩ରେ ନିର୍ମାଣାଧିନ ରେଭେନ୍ସା ଦ୍ବିତୀୟ କ୍ୟାମ୍ପସରେ ଦୁଇଟି ହାତୀ ପଶି ଆସିଛନ୍ତି । ଗୁରୁବାର ( ୧୮/୦୨/୨୦୨୧ ) ରାତିରେ ବିଦ୍ୟାଧରପୁର ଅଞ୍ଚଳରୁ ଏହି ହାତୀ ଦୁଇଟି କାଠଯୋଡି ନଦୀ ପାର ହୋଇ ସିଡିଏ ଅଞ୍ଚଳରେ ପଶିଥିବା ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି। 

ସ୍ଥାନୀୟ ରେଞ୍ଜର ଓ ଆସିଷ୍ଟାଣ୍ଟ ଚିଫ୍ କନଜରଭେଟର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ରେଭେନ୍ସା କ୍ୟାମ୍ପସକୁ ଦୁଇ ପଟୁ ଘେରାବନ୍ଦୀ କରାଯାଇ ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ତେବେ ସିଡିଏବାସୀ କୌଣସି ପ୍ରକାର ଆତଙ୍କିତ ନହେବା ପାଇଁ ଆଶ୍ବସନା ଦେଇଛନ୍ତି ଡିଏଫଓ ଅଶୋକ ଷଡ଼ଙ୍ଗୀ । ସନ୍ଧ୍ୟା ହେଲେ ହାତୀଙ୍କୁ ଘଉଡାଇବା ବ୍ୟବସ୍ଥା କରାଯିବ ବୋଲି ଏସିସିଏଫ୍ ମହମ୍ମଦ ଜମିଲ କହିଛନ୍ତି l


socialnewsodia.info

Post a Comment

0 Comments