Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ମୋଦି ସରକାରଙ୍କ ଡେଭଲପମେଣ୍ଟ ମଡେଲକୁ ରାହୁଲ୍ ଗାନ୍ଧୀଙ୍କ କଟାକ୍ଷ ।

 




10/02/2021


ନୂଆଦିଲ୍ଲୀ📍


Editor by/- srinibash Rout

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡେଭଲପମେଣ୍ଟ ମଡେଲକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ( ୦୯/୧୦/୨୦୨୧ ) କଟାକ୍ଷ କରିଛନ୍ତି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସଂଖ୍ୟା ହ୍ରାସ ଦ୍ୱାରା ସରକାର ଅର୍ଥ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଉଥିବା ରାହୁଲ ଗାନ୍ଧୀ କହିଛନ୍ତି। ନରେନ୍ଦ୍ର ମୋଦିଙ୍କ ବିକାଶ ଯୋଜନାରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସଂଖ୍ୟା ୧୦ରୁ ଗୋଟିଏ ଭାଗକୁ କମିବ। ଦେଶର କ୍ଷତି ସାଧନ ହେବାକୁ ଥିବା ବେଳେ ପୁଞ୍ଜିପତି ମାନେ ଏହାର ଲାଭ ପାଇବେ। ସରକାରଙ୍କ ପାଖ ଲୋକମାନେ ବର୍ତ୍ତମାନ ଲାଭାନ୍ବିତ ହେଉଥିବା ବେଳେ ଦେଶ କ୍ଷତି ସହୁଛି। ରାହୁଲ ଗାନ୍ଧୀ ଏଭଳି ବିଭିନ୍ନ ଆରୋପ ସରକାରଙ୍କ ଉପରେ ଲଗାଇବା ସହ ଘେରିଛନ୍ତି। ବଜେଟରେ ସରକାର କୃଷକ ଏବଂ ଯୁବବର୍ଗଙ୍କୁ ଠକିଥିବା ରାହୁଲ ଗାନ୍ଧୀ ପୂର୍ବରୁ ସରକାରଙ୍କୁ ସମାଲୋଚନା କରିଥିଲେ। କେନ୍ଦ୍ର ସରକାରଙ୍କ ୩ରୁ ୪ ଶିଳ୍ପପତି ବନ୍ଧୁ ରହୁଛନ୍ତି ଯେଉଁମାନେ ଲାଭବାନ ହେଉଥିବା ରାହୁଲ ଆରୋପ ଲଗାଇଛନ୍ତି।


socialnewsodia.info

Post a Comment

0 Comments