06/02/2021
ନୂଆଦିଲ୍ଲୀ 📍
Editor by /- srinibash Rout
ଶନିବାର ( ୦୬/୦୨/୨୦୨୧ ) ମଧ୍ୟାହ୍ନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିବେ, ଗାଡି ଚଳାଚଳ ବନ୍ଦ କରିବେ ଚାଷୀ। କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍ କୁ ବିରୋଧ କରି ଦେଶବ୍ୟାପୀ ‘ଚକା ଜାମ୍’ ଡାକରା ଦେଇଛି କୃଷକ ସଂଗଠନ । ତେବେ ଏଥିରୁ ବାଦ୍ ପଡ଼ିବ ରାଜଧାନୀ ଦିଲ୍ଲୀ, ଏନସିଆର୍ । ଅନ୍ୟ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆନ୍ଦୋଳନ ହେବ ବୋଲି ସୂଚନା ଦେଇଛନ୍ତି ଭାରତୀୟ କିଷାନ ୟୁନିୟନ୍ ଅଧ୍ୟକ୍ଷ ରାକେଶ ଟିକାୟତ ।
ସିଂଘୁ ଏବଂ ଟିକରି ସୀମାରୁ ଚକାଜାମ ଆନ୍ଦୋଳନକୁ କୋର୍ଡିନେଟ୍ କରାଯିବ । ଏହା ବ୍ୟତିତ ନିଜ ନିଜ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବରେ ‘ଚକା ଜାମ୍ ’ କରିବା ପାଇଁ ସମର୍ଥକମାନଙ୍କୁ ଆହ୍ବାନ ଦେଇଛନ୍ତି ଚାଷୀ ନେତା ରାକେଶ ଟିକୈତ। ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ୭୦ ଦିନରୁ ଅଧିକ ହେଲାଣି। ଆଜି ଦେଶବ୍ୟାପୀ ଚକାଜାମ ଡାକରା ଦିଆଯାଇଥିବା ବେଳେ ୩ ଘଣ୍ଟା ପାଇଁ ଯାନବାହନ ବନ୍ଦ କରାଯିବ । ଚାଲିଥିବା ଆନ୍ଦୋଳନକୁ ବଳ ଦେବା ଲାଗି ଭାରତୀୟ କୃଷକ ୟୁନିଅନ ଏଭଳି ଡାକରା ଦେଇଛି । ପଞ୍ଜାବ, ହରିୟାଣା ଏବଂ ପଶ୍ଚିମ ଉତ୍ତର ପ୍ରଦେଶରେ ସର୍ବାଧିକ ପ୍ରଭାବ ପଡିବାର ସମ୍ଭାବନା ରହିଛି ।
Socialnewsodia.info
0 Comments