26/02/2021


Editor by/- Srinibash Rout

କୁନିଙ୍କ ହାତରେ ବଢ଼ୁଥିଲା ମାଂସ ପିଣ୍ଡୁଳା। ହେଲେ ପାଖରେ ଟଙ୍କା ନ ଥିବାରୁ ଚିକିତ୍ସା ହୋଇପାରୁ ନ ଥିଲା। ଲକ୍‌ଡାଉନ୍‌ ବେଳେ ସମାଜସେବାକୁ ନେଇ ଚର୍ଚ୍ଚାକୁ ଆସିଥିବା ଓଲିଉଡ୍‌ ଅଭିନେତା ସବ୍ୟସାଚୀ ମିଶ୍ର ତାଙ୍କୁ ସହାୟତାର ହାତ ବଢ଼ାଇଥିଲେ। ଏବେ ଅପରେଶନ ପରେ ତାଙ୍କ ହାତ ଠିକ୍‌ ହୋଇଛି। ସେ ସେହି ହାତରେ ସବ୍ୟସାଚୀଙ୍କୁ ରାକ୍ଷୀ ବାନ୍ଧିଛନ୍ତି।


ଅଭିନେତା ନିଜ social media ପ୍ଲାଟଫର୍ମ ଗୁଡିକରେ କୁନିଙ୍କ ପୂର୍ବର ଫଟୋ ଏବଂ ପରର ଫଟୋକୁ ନେଇ ଏକ ପୋଷ୍ଟ କରିଛନ୍ତି। ୬ ମାସର ଏହି ଯାତ୍ରା ବେଶ୍‌ ଚମତ୍କାର ଥିଲା। ଏମ୍‌ସର ଡାକ୍ତରମାନଙ୍କ ପାଇଁ ସେ ଏବେ ସୁସ୍ଥ ହୋଇଛନ୍ତି ବୋଲି ସେ କହିଛନ୍ତି। 



socialnewsodia.info