Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଭାରତୀୟ ବଜାରରେ ସୁନା ଦର କମି କମି ଚାଲିଛି।

 


17/02/2021


Editor by/- srinibash Rout

ବୁଧବାର ( ୧୭/୦୨/୨୦୨୧ ) ସୁନା ଦାମ ପୁଣି ଖସିଛି । ଦିଲ୍ଲୀ ସରଫା ବଜାରରେ ବୁଧବାର ଅର୍ଥାତ ୧୭ ଫେବୃଆରୀ ୨୦୨୧ରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୭୧୭ ଟଙ୍କା ଶସ୍ତା ହୋଇଛି । ସେହିଭଳି ରୁପା କେଜି ପ୍ରତି ୧୨୭୪ ଟଙ୍କା ଶସ୍ତା ହୋଇଛି । ଗତ ବ୍ୟବସାୟ ଦିନରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୪୬,୮୧୯ ଟଙ୍କା ଥିଲା। ରୁପା ଦାମ ପ୍ରତି କିଲୋ ୬୯,୫୧୩ ଟଙ୍କା ଥିଲା। ପୁଣି ବୁଧବାର ଏହି ଦାମ ଖସିଛି।

ଦିଲ୍ଲୀ ସରଫା ବଜାରରେ ବୁଧବାର ସୁନା ୧୦ ଗ୍ରାମ ପ୍ରତି ୭୧୭ ଟଙ୍କା ଶସ୍ତା ହୋଇଥିବା ବେଳେ ୯୯.୯ ଗ୍ରାମ ଶୁଦ୍ଧତା ବିଶିଷ୍ଟ ସୁନାର ନୂଆ ଦାମ ୪୬,୧୦୨ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି। ଅନ୍ତର୍ଜାତୀୟ ବଜାରରେ ଆଜି ସୁନା ଦର ୧୭୮୬ ଡଲାର ପ୍ରତି ଆଉନ୍ସ ପହଞ୍ଚିଯାଇଛି। ସେପଟେ  ବୁଧବାର ରୁପା ଦାମ ପୁଣି ତଳକୁ ଖସିଛି ।


ଦିଲ୍ଲୀ ଶରଫା ବଜାରରେ ରୁପା ଦର କିଲୋ ପ୍ରତି ୧୨୭୪ ଟଙ୍କା ଶସ୍ତା ହେବା ସହ ୬୮,୨୩୯ ଟଙ୍କାରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ବୁଧବାର ରୁପା ଦାମ ୨୭.୧୦ ଡଲାର ପ୍ରତି ଆଉନ୍ସରେ ପହଞ୍ଚିଛି।  


socialnewsodia.info

Post a Comment

0 Comments