27/02/2021
Editor by/- Srinibash Rout
ଆଜିଠାରୁ କୋଟି କୋଟି ବର୍ଷ ପୂର୍ବେ ଭୂପୃଷ୍ଠ ଉପରେ ରାଜ୍ କରୁଥିବା ବିଶାଳକାୟ ଡାଇନେସ୍ୱରର ଅନ୍ତ କିପରି ହୋଇଥିଲା ତାହା ଏବେବେ ରହସ୍ୟ ଘେରରେ ରହିଛି । କିନ୍ତୁ ବର୍ତ୍ତମାନ ବୈଜ୍ଞାନିକମାନେ ଏହାର କାରଣ ପର୍ଯ୍ୟନ୍ତ ପହଞ୍ଚିଗଲେଣି । ମେକ୍ସିକୋର ଖାଡ଼ିରେ ଏକ କ୍ରାଟର୍କୁ ମିଳିଥିବା ଆଷ୍ଟୋରାଇଡ୍ର ଧୂଳିରୁ ଜଣାପଡ଼ିଛି ଯେ, ଏହି ମହାବିଶାଳକାୟ ଅନ୍ତରିକ୍ଷର ପଥର ୬.୬ କୋଟି ବର୍ଷ ପୂର୍ବେ ଡାଇନେଶ୍ୱର ଏବଂ ପୃଥିବୀ ଉପରେ ରହୁଥିବା ୭୫ ପ୍ରତିଶତ ଜୀବଙ୍କ ବିନାଶ କରିଥିଲା l
ବ୍ରୁସେଲ୍ର ବ୍ରିଜ୍ ୟୁନିଭରସିଟିର ଭୂ-ବିଜ୍ଞାନ ପ୍ରଫେସର୍ ଷ୍ଟିବନ୍ ଡେବିସ୍ ଏନେଇ କହିଛନ୍ତି, କ୍ରାଟରର ଧୂଳିକୁ ଅଧ୍ୟୟନ କରିବାରୁ ଜଣାପଡ଼ିଥିଲା ଯେ, କୋଟି କୋଟି ବର୍ଷ ପୂର୍ବରୁ ଏକ ବଡ଼ ସହରର ଆକାର ଭଳି ଧୁମକେତୁ ପୃଥିବୀ ସହ ଧକ୍କା ଖାଇବା କାରରୁ ଡାଇନେସ୍ୱର ବିନାଶ ହୋଇଯାଇଥିଲା ।
socialnewsodia.info
0 Comments