15/02/2021
Editor by/- Srinibash Rout
ସ୍ବାମସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଥିଲେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଦମ୍ପତିଙ୍କର କିଛି ଗୁଣ ବିଷୟରେ କହିଛନ୍ତି। ଜୀବନସାଥୀ ଚୟନ ସମୟରେ ସେ ସବୁ ଗୁଣକୁ ପରଖିଲେ ବୈବାହିକ ଜୀବନ ହସଖୁସିରେ ଅତିବାହିତ ହୋଇଥାଏ। ଆସନ୍ତୁ ସେଗୁଡ଼ିକୁ ଜାଣିବା ।
( ସୁନ୍ଦର ଗୁଣ )
ଚାଣକ୍ୟ କହିଛନ୍ତି ମନୁଷ୍ୟକୁ ଜୀବନସାଥୀ ଚୟନ କରିବା ସମୟରେ ଅନେକ କଥାକୁ ଦୃଷ୍ଟିରେ ରଖିବା ଉଚିତ। କେବଳ ସୁନ୍ଦର ହେଲେ ବିବାହ କରିନେବା ଅନୁଚିତ, ସାଥୀଙ୍କ ଗୁଣ ବିଷୟରେ ଜାଣି ନେବା ଉଚିତ। ଜଣେ ଅନ୍ୟର ଗୁଣ ବିଷୟରେ ଜାଣିବା ପରେ ବିବାହ କଲେ ଖୁସିରେ ରହିବେ ବୋଲି ଚାଣକ୍ୟ କହିଛନ୍ତି ।
( ଧୌର୍ଯ୍ୟ )
ମନୁଷ୍ୟ ମଧ୍ୟରେ ଧୌର୍ଯ୍ୟ ରହିବା ଉଚିତ। ଏହା ନ ଥିଲେ ବ୍ୟକ୍ତି ଅସ୍ଥିର ହୋଇଯାଏ। ଏଣୁ ହେବାକୁ ଯାଉଥିବା କାମ ବିଗିଡ଼ି ଯାଇଥାଏ। କେବଳ ଧୌର୍ଯ୍ୟବାନ ବ୍ୟକ୍ତି ସବୁପ୍ରକାର ପରିସ୍ଥିତିରେ ନିଜକୁ ସମ୍ଭାଳି ନେବାର ସାମର୍ଥ୍ୟ ରଖିଥାଏ ବୋଲି ଚାଣକ୍ୟ କହିଛନ୍ତି। ଏଣୁ ଧୌଯ୍ୟବାନ ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ ।
( ସଂସ୍କାର )
ମନୁଷ୍ୟ ଜୀବନରେ ସଂସ୍କାର ବଡ଼ ଜିନିଷ। ଏଣୁ ଜୀବନସାଥୀଙ୍କ ନିକଟରେ ଏହି ଗୁଣ ଅଛି କି ନାହିଁ ତାହା ଦେଖନ୍ତୁ। ସଂସ୍କାରୀ ହୋଇଥିବା ବ୍ୟକ୍ତି କଠିନ ସମୟରେ ଆତ୍ମସମ୍ମାନ ବଜାୟ ରଖିବାରେ ସହାୟକ ହୋଇଥାଏ। ଅପରପକ୍ଷେ ଅସଂସ୍କାରୀ ହୋଇଥିଲେ ଆପଣଙ୍କୁ ନିନ୍ଦା ଶୁଣିବାକୁ ପଡ଼ିଥାଏ ।
( ରାଗ )
ରାଗ ସବୁଠାରୁ ଖରାପ ଗୁଣ। ଚାଣକ୍ୟ କୁହନ୍ତି ରାଗି ବ୍ୟକ୍ତି ଜୀବନକୁ ସବୁବେଳେ ମଝି ନଈରେ ରଖିଥାନ୍ତି। ବହୁତ ରାଗି ବ୍ୟକ୍ତି ଜୀବନରେ କେବେ ବି ସୁଖି ହୋଇ ନ ଥାନ୍ତି। ଏଣୁ ଜୀବନସାଥୀ ସ୍ବଭାବରେ ରାଗି ହୋଇଥିଲେ ମନୁଷ୍ୟ କେବେ ବି ସୁଖୀ ରହି ନ ଥାନ୍ତି। ଏଣୁ ସୁଖୀ ବୈବାହିକ ଜୀବନ ପାଇଁ ଶାନ୍ତ ସ୍ବଭାବର ହେବା ଆବଶ୍ୟକ ବୋଲି ଚାଣକ୍ୟ କହିଛନ୍ତି ।
socialnewsodia.info
0 Comments