20/02/2021
ନୂଆଦିଲ୍ଲୀ 📌
Editor by/- Srinibash Rout
(୧୩/୦୨/୨୦୨୧) ଶନିବାର ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ଗଭର୍ଣ୍ଣିଂ କାଇନସିଲର ବୈଠକ ଚାଲିଛି । ଏଥିରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରଶାସିତ ପ୍ରଦେଶର ଉପ ରାଜ୍ୟପାଳଙ୍କ ସହ ଅନେକ ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି । ବୈଠକରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶ ସ୍ୱାଧିନତାର ୭୫ ବର୍ଷ ପାଳନ କରିବାକୁ ଯାଉଛି । ଏହି ଦୃଷ୍ଟିରୁ ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ୍ ବୈଠକ ଅତି ଗୁରୁତ୍ୱପୂର୍ଣ୍ଣ । ମହାମାରୀ ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଦେଶକୁ ସଫଳ କରିବା ପାଇଁ ମିଳିତ ଭାବେ କାମ କରିଛନ୍ତି । ବିକାଶ ହିଁ ମୁଖ୍ୟ ଫୋକସ୍ ହେବା ଦରକାର । ୨୦୧୪ରୁ ସହର ଓ ଗ୍ରାମାଞ୍ଚଳରେ ୨.୪ କୋଟିରୁ ଅଧିକ ଘର ତିଆରି ହୋଇଛି । ନୂଆ ମଡେଲରେ ମଜବୁତ ଘର ତିଆରି ହେବ । ଘରୋଇ କ୍ଷେତ୍ର ଦେଶର ବିକାଶରେ ଉତ୍ସାହର ସହ ଆଗକୁ ବଢୁଛନ୍ତି । ଏହା ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହିତ କରିବ ।
socialnewsodia.info
0 Comments