06/02/2021
Editor by/- srinibash Rout
ଜାରି ରହିବ ଶୀତ ଲହରୀ । ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ କମିପାରେ । ସେହିପରି ଶନିବାର ରାଜ୍ୟର କେତେକ ସ୍ଥାନରେ ପାଗ ମେଘୁଆ ଓ କୋହଲା ରହିବା ସହ ହାଲୁକା ବର୍ଷା ସମ୍ଭାବନା ଅଛି ରହିଥିବା ଅନୁମାନ କରିଛି ପାଣିପାଗ ବିଭାଗ ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଶନିବାର କେନ୍ଦୁଝର, ମୟୂରଭଞ୍ଜରେ ହାଲୁକା ବର୍ଷା ହୋଇପାରେ । ଉପକୂଳ ଓଡ଼ିଶାରେ କୁହୁଡ଼ି ସମ୍ଭାବନା ରହିଛି । ଶନିବାର ଦିନ ତାପମାତ୍ରା କମିବ ଓ ରାତି ତାପମାତ୍ରା ବଢ଼ିବ । ରବିବାରଠାରୁ ଥଣ୍ଡାର ପ୍ରକୋପ ଆହୁରି ବୃଦ୍ଧି ପାଇବ। ଉତ୍ତର ଦିଗରୁ କାଲୁଆ ପବନ ବହିବ । ଫଳରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ପ୍ରକୋପ ଅଧିକ ରହିବ ।
ରବିବାର ରାତିରୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡିରେ ଶୀତ ଲହରୀ ଅନୁଭୂତ ହେବ। ସୋମବାର ଶୀତ ଆହୁରି ବଢିଯିବ । ୧୦ ତାରିଖ ସକାଳ ପର୍ଯ୍ୟନ୍ତ ଥଣ୍ଡା ଲାଗି ରହିବ । ତା’ପରେ ଶୀତ ସାମାନ୍ୟ କମିବ ବୋଲି ପାଣିପାଗ ବିଭାଗ କହିଛି ।
socialnewsodia.info
0 Comments