25/02/2021


ଢେଙ୍କାନାଳ 📌


Editor by/- Srinibash Rout

ଆସନ୍ତା ଶୁକ୍ରବାରଠାରୁ ୩ ଧରି ପ୍ରସିଦ୍ଧ ଯୋରନ୍ଦା​‌ ମେଳା ଆରମ୍ଭ ହେବାକୁ ଯାଉଛି। ସାରା ବିଶ୍ୱରେ ପ୍ରସିଦ୍ଧ ଲାଭ କରିଥିବା ମହିମା ଧର୍ମର ମୁଖ୍ୟ ପୀଠ ଢ଼େଙ୍କାନାଳର ମହିମା ଗାଦୀରେ ମହିମା ସାଧୁମାନଙ୍କ ଏହି ବାର୍ଷିକ ଉତ୍ସବରେ ଚଳିତ ବର୍ଷ କରୋନା ସଂକ୍ରମଣ ଆଶଙ୍କା ଯୋଗୁଁ କଟକଣା ଜାରି କରାଯାଇଛି। ଫଳରେ କେବଳ ପରମ୍ପରାକୁ ବଞ୍ଚିବା ପାଇଁ ପୀଠର ମହିମା ସାଧୁମାନେ ପ୍ରସ୍ତୁତି କରିଛନ୍ତି। ପୁଣି କଡ଼ ଲେଉଟାଇଛି ମହାମାରୀ କରୋନା ।ଏପରି କି ଆସନ୍ତା ଶୁକ୍ରବାର ( ୨୬/୦୨/୨୦୨୧ ) ଠାରୁ ଆରମ୍ଭ ହେବାକୁ ଯାଉଥିବା ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଉପରେ ଚଳିତ ବର୍ଷ କଟକଣା ଜାରି କରାଯାଇଛି । ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ମୁଖ୍ୟପୀଠ ଢେଙ୍କାନାଳର ଯୋରନ୍ଦାସ୍ଥିତ ମହିମାଗାଦୀର ପରମ୍ପରା ମୁତାବକ ମାଘ ଚତୁଃର୍ଦଶୀ ଆର୍ଥତ ଶୁକ୍ରବାର ଠାରୁ ତିନିଦିନ ବ୍ୟାପି ଏହି ମେଳା ଆନୁଷ୍ଠିତ ହେବ। ପ୍ରତ୍ୟେକ ବର୍ଷ ବିଶ୍ଵବ୍ୟାପୀ ମହିମା ସାଧୁମାନେ ଏହି ମେଳାରେ ସାମିଲ ହୋଇଥାନ୍ତି।


socialnewsodia.info