Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik🎓୨୦୨୦-୨୧ ବର୍ଷ ପାଇଁ କାଳିଆ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ; ୫୩ଲକ୍ଷରୁ ଉର୍ଦ୍ଧ୍ଵ କ୍ଷୁଦ୍ର, ନାମମାତ୍ର ଏବଂ ଭୂମିହୀନ ଚାଷୀ ପରିବାରଙ୍କ ବ୍ୟାଙ୍କଖାତାକୁ ସିଧାସଳଖ ଏହି ସହାୟତା ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି।

 


13/02/2021




Editor by/- srinibash Rout

ଦୀର୍ଘଦିନର ବ୍ୟବଧାନ ପରେ ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାର କିସ୍ତି ଚାଷୀଙ୍କୁ ମିଳିବାକୁ ଯାଉଛି। ୨୦୧୯ ଜୁନ୍ ପରଠାରୁ ‘କାଳିଆ’ ସହାୟତା ମିଳି ନ ଥିବାରୁ ଏହାକୁ ନେଇ ବିରୋଧୀଙ୍କ ସମାଲୋଚନାର ଶରବ୍ୟ ହେଉଥିବା ରାଜ୍ୟ ସରକାର ଶୁକ୍ରବାର ( ୧୨/୦୨/୨୦୨୧ ) ଓଡ଼ିଶାର ୫୩ ଲକ୍ଷ ଚାଷୀଙ୍କୁ ୧୨ ଶହ କୋଟି ଟଙ୍କା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ (ଡିବିଟି) ଜରିଆରେ ବାଣ୍ଟିବେ। ଚାଷୀଙ୍କ ବ୍ୟାଙ୍କ ଖାତାକୁ ଏହି ଅର୍ଥ ସିଧାସଳଖ ଦିଆଯିବ। ଗତ କିଛିଦିନ ଧରି ରାଜ୍ୟ ସରକାରଙ୍କ ପକ୍ଷରୁ କେତେକ ଜିଲାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି କିଛି ନୂତନ ଯୋଜନା ଓ ପ୍ରକଳ୍ପମାନ ଉଦଘାଟନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟର ୫୩ ଲକ୍ଷ ଚାଷୀଙ୍କୁ ‘କାଳିଆ’  ସହାୟତା ଯୋଗାଇବା ପାଇଁ ଯୋଜନା ରହିଛି। ଏନେଇ ସରକାରୀ ସ୍ତରରେ ସବୁପ୍ରକାର ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଚାଷୀ ମାନେ ତାଙ୍କର ବକେୟା ପ୍ରାପ୍ୟ ପାଇବେ ବୋଲି କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।


ସୂଚନା ଅନୁଯାୟୀ ରାଜ୍ୟରେ ୫୩ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଚାଷୀ ଅଯୋଗ୍ୟ ନେଇ ଅଭିଯୋଗ ରହିଥିଲା। ଏହାକୁ ଯାଞ୍ଚ କରାଯିବା ପରେ ପ୍ରାୟ ୪୯ ହଜାର ଚାଷୀ ବାଦ୍ ପଡ଼ିଛନ୍ତି ।



socialnewsodia.info

Post a Comment

0 Comments