୦୨/୦୨/୨୦୨୧


ଆନ୍ଧ୍ରପ୍ରଦେଶ/ବିଶାଖାପଟ୍ଟନମ୍‌ 📍


Editor by/- Srinibash Rout

ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ଜିଲାର କାସିବୁଗାରେ ଅଞ୍ଚଳରେ କାର୍ଯ୍ୟ କରୁଥିବା ମହିଳା ଏସ୍‌ଆଇ କୋଟ୍ଟୁରୁ ଶ୍ରୀଷା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛନ୍ତି। ( ୦୧/୦୨/୨୦୨୧ ) ସୋମବାର ଜଣେ ଅଜଣାବ୍ୟକ୍ତିଙ୍କ ମୃତଦେହ ଅଦାଭି କୋଟୁଟୁ ଗାଁରେ ପଡ଼ି ରହିଥିବା ଖବର ମିଳିଥିଲା। 

ଘଟଣାସ୍ଥଳରେ ଶ୍ରୀଷା ପହଞ୍ଚିଥିଲେ। ତେବେ ଅଜଣା ମୃତଦେହକୁ ଅନ୍ତିିମ ସଂସ୍କାର ପାଇଁ ବୋହି ନେବାକୁ କେହି ରାଜି ହୋଇ ନ ଥିଲେ। ଏହି ଦୁର୍ଗମ ଅଞ୍ଚଳରେ କୌଣସି ଗାଡ଼ି ମଧ୍ୟ ପ୍ରବେଶ କରିବା କଷ୍ଟକର। ତେଣୁ ଶ୍ରୀଷା ଜଣେ ସ୍ଥାନୀୟ ଲୋକଙ୍କ ସହିତ ମୃତଦେହକୁ ୨ କିମି ବୋହି ନେଇ ପୋଲିସ ଗାଡ଼ି ପାଖରେ ପହଞ୍ଚିଥିଲେ। ଏହାପରେ ମୃତକଙ୍କର ଅନ୍ତିିମ ସଂସ୍କାର ମଧ୍ୟ ଶ୍ରୀଷା କରିଥିଲେ। ମୃତକ ସ୍ଥାନୀୟ ଅଞ୍ଚଳରେ ଭିକ ମାଗି ଚଳୁଥିଲେ ବୋଲି ଜଣାପଡ଼ିଛି। ତାଙ୍କୁ ପ୍ରାୟ ୮୦ ବର୍ଷ ବୟସ ହେବ ବୋଲି ଅନୁମାନ କରାଯାଉଛି। ଶ୍ରୀଷାଙ୍କ କାର୍ଯ୍ୟକୁ କେନ୍ଦ୍ରୀୟ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜି. କୃଷ୍ଣ ରେଡ୍ଡୀ ମଧ୍ୟ ପ୍ରଶଂସା କରିଛନ୍ତି।


SOCIALNEWSODIA.INFO