Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ ଟେକ୍ନୋଲୋଜି ୧୧ଟି ହଷ୍ଟେଲକୁ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା; ୨ ଦିନରେ 40 ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମଣ 🦠

 




01/03/2021


ସମ୍ବଲପୁର 📌


Editor by/- Srinibash Rout

ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ ଟେକ୍ନୋଲୋଜି ବା VSSUTର ତିନିଟି ଛାତ୍ର ଓ ଛାତ୍ରୀ ହଷ୍ଟେଲରେ ଗତ ଦୁଇ ଦିନ ମଧ୍ୟରେ 40 ଜଣ ଛାତ୍ରଛାତ୍ରୀ କୋଭିଡ୍‌ ସଂକ୍ରମିତ ହୋଇଥିବା ଜଣା ପଡ଼ିବା ପରେ କ୍ୟାମ୍ପସକୁ ସଟଡାଉନ୍‌ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।ସମ୍ବଲପୁର ଉପ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ବୁର୍ଲା VSSUT ପହଞ୍ଚି VSSUT କୁଳପତି ଓ ବିଶ୍ୱଦ୍ୟାଳୟର ଅନ୍ୟ ବରିଷ୍ଟ ଅଧିକାରୀଙ୍କ ସହ ମିଶି ହଷ୍ଟେଲଗୁଡ଼ିକ ବୁଲି ଦେଖିବା ସହ ଅନ୍ତେବାସୀଙ୍କ ସହ ଆଲୋଚନା କରିବା ପରେ ହଷ୍ଟେଲଗୁଡ଼ିକୁ ମାଇକ୍ରୋ କଣ୍ଟେନମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା କରିଛନ୍ତି । ସ୍ଥିତିରେ ଉନ୍ନତି ନ ଆସିବା ପର୍ଯ୍ୟନ୍ତ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ୟୁନିଭରସିଟି ଓ ହଷ୍ଟେଲ ନ ଆସିବା ପାଇଁ କହିଛନ୍ତି କର୍ତ୍ତୃପକ୍ଷ ।କର୍ତ୍ତୃପକ୍ଷଙ୍କ ସହ ହୋଇଥିବା ଆଲୋଚନା ଅନୁସାରେ ହଷ୍ଟେଲରେ ଥିବା ଛାତ୍ରଛାତ୍ରୀମାନେ ଅନଲାଇନରେ କ୍ଲାସ୍‌ କରିବେ । ପୁଲହ, ପୂଳସ୍ତ୍ୟ, ଅତ୍ରି, କ୍ରତୁ, ବଶିଷ୍ଠ, ମାରୀଚ, ଅନୁରାଧା, ଅରୁନ୍ଧତୀ, ରୋହିଣୀ, ବିଶାଖା ଓ ବସୁନ୍ଧରା ହଷ୍ଟେଲକୁ ମାଇକ୍ରୋ କଣ୍ଟେନମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି । ପୁଲହ ହଷ୍ଟେଲର ନିକଟବର୍ତ୍ତୀ ଅଞ୍ଚଳକୁ ବଫର ଜୋନ୍‌ ଭାବେ ଘୋଷଣା କରାଯାଇଛି ।


socialnewsodia.info

Post a Comment

0 Comments