09/03/2021
Editor by/- Srinibash Rout
ଚଳିତ ସପ୍ତାହରେ ୪ ଦିନ ବନ୍ଦ ରହିପାରେ ବ୍ୟାଙ୍କ। ମାର୍ଚ୍ଚ ୧୫ (ସୋମବାର) ଓ ୧୬ ତାରିଖ ମଙ୍ଗଳବାର ୨ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ (All India Bank Officers’ Confederation) । ଏନେଇ ସୂଚନା ଦେଇଛନ୍ତି AIBOCର ଓଡ଼ିଶା ୟୁନିଟ୍ ସଭାପତି ଦାମୋଦର ନନ୍ଦ। ଏହି ଦୁଇ ଦିନ ଧର୍ମଘଟ ଯୋଗୁ ଅଧିକାଂଶ ପବ୍ଲିକ ସେକ୍ଟର ବ୍ୟାଙ୍କ ଓ ଘରୋଇ ବ୍ୟାଙ୍କ ବନ୍ଦ ରହିବ।
ସେହିପରି ଚଳିତ ସପ୍ତାହର ଦ୍ୱିତୀୟ ଶନିବାର ୧୩ ତାରିଖ ଓ ରବିବାର ୧୪ ତାରିଖ ଛୁଟି ଥିବାରୁ ବ୍ୟାଙ୍କ ବନ୍ଦ ରହିବ। ମୋଟ୍ ଉପରେ ଚଳିତ ସପ୍ତାହରେ ୪ ଦିନ ବ୍ୟାଙ୍କ ଛୁଟି ରହିବ। ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଛି। ଧର୍ମଘଟରେ ସାମିଲ ରାଜ୍ୟର ୫୫୦୦ ବ୍ୟାଙ୍କର ୩୦ ହଜାର କର୍ମଚାରୀ ସାମିଲ୍ ହେବେ।
socialnewsodia.info
0 Comments