Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 🎓 ଗରିବ/ଆଦିବାସୀ/ଅପହଞ୍ଚ ଇଲାକା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ;ଚାଷ ଜମିକୁ ଜଳ ଓ ଘରେଘରେ ପାନୀୟ ଜଳ ପହଞ୍ଚାଇ ବିକାଶର ନୂଆ ଧାରା ସୃଷ୍ଟି ହେଉଛି ।

 









10/03/2021


ନୂଆପଡା📌


socialnewsodia.info

୪ ହଜାର କୋଟି ଟଙ୍କାର ପ୍ରକଳ୍ପ ନୂଆପଡାବାସୀଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 🎓 ବୁଧବାର ( ୧୦/୦୩/୨୦୨୧ ) ମୁଖ୍ୟମନ୍ତ୍ରୀ ନୂଆପଡା ଗସ୍ତ କରି ବହୁ ପ୍ରତିକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ସମେତ ୨୩ଶହ୩୭ କୋଟିର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 🎓 ସେହିପରି ୫୦ କୋଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।ଏହି ପ୍ରକଳ୍ପ ଦ୍ୱାରା ନୂଆପଡା ଜିଲ୍ଲାର ୮୯ଟି ଗାଁ ଏବଂ ବଲାଙ୍ଗୀର ଜିଲ୍ଲାର ୧୯ ଟି ଗାଁ ଜଳସେଚିତ ହେବ । ଉପକୃତ ହେବେ ବାସିନ୍ଦା । ସଭାରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି, ନୂଆପଡାର ୫୫ ପ୍ରତିଶତ ଘରକୁ ପାଇପ ଯୋଗେ ପାନୀୟ ଜଳ ଦେଇପାରିଛୁ । ୨୦୨୨ ସୁଦ୍ଧା ଜିଲ୍ଲାର ସମସ୍ତ ପରିବାରକୁ ପାଇପରେ ପାନୀୟ ଜଳ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଜିଲ୍ଲାର ୯ ଶହରୁ ଅଧିକ ଗାଁକୁ ଫ୍ଲୋରାଇଡ ସମସ୍ୟା ମୁକ୍ତ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ଲୋୟର ଇନ୍ଦ୍ର ଡ୍ୟାମ ସାଇଡରେ ସାଇନ୍ସ ପାର୍କ, ମ୍ୟୁଜିୟମ ପ୍ରତିଷ୍ଠା ଏବଂ ଖଡିଆଳ ଓ ନୂଆପଡାରେ ଦୁଇଟି ଇନଡୋର ଷ୍ଟାଡିୟମ ହେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପାଇ ନୂଆପଡ଼ା ବାସୀ ବହୁତ ଖୁସି  ପ୍ରକାଶ କରିଛନ୍ତି ଗଣମାଧ୍ୟମ ଜରିଆରେ । ନୂଆପଡ଼ା ଜିଲ୍ଲାର ଜୀବନରେଖା ସାଜିବାକୁ ଯାଉଛି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ।



socialnewsodia.info

Post a Comment

0 Comments