Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଆ ଜାତିର ଗର୍ବ ଓ ଗୌରବ ପ୍ରବାଦ ପୁରୁଷ ବିଜୁ ( ବିଜୟାନନ୍ଦ ପଟ୍ଟନାୟକ ) ମାନେ ପଡନ୍ତି ।

 


05/03/2021



Editor by/- srinibash Rout

ବିଜୁ ବାବୁ ଅସୀମ ସଂମ୍ମାନର ଅଧିକାରୀ । ସେ ଅନ୍ୟସବୁ ରାଜନେତାଙ୍କଠାରୁ ଭିନ୍ନ ଥିଲେ । ଅଭିମାନୀ, ପ୍ରଭାବଶାଳୀ ଓ ପ୍ରକାଣ୍ଡ ଭାବରେ ଆକର୍ଷଣୀୟ ବିଜୁବାବୁ ଓଡ଼ିଶାର ଜନ୍ମଶ୍ରୁତିରେ ନିଜ ପାଇଁ ଏକ ଜାଗା ମାଗିନେଇଛନ୍ତି । ଯୁବାବସ୍ଥାରେ ପାଇଲଟ ଭାବରେ ଇଣ୍ଡିଆନ ନ୍ୟାସନାଲ ଏୟାରୱେଜରେ ସେ କାର୍ଯ୍ୟରତ ଥିଲେ । ଦ୍ୱତୀୟ ବିଶ୍ୱଯୁଦ୍ଧ ଆରମ୍ଭରେ ସେ ରୟାଲ ଇଣ୍ଡିଆନ ଏୟାରଫୋର୍ସ ରେ ଯୋଗ ଦେଇଥିଲେ । ସେ ନିୟମିତ ଭାବରେ ବିପଦଶଙ୍କୁଳ କାର୍ଯ୍ୟକୁ ବରଣ କରୁଥିଲେ । ସେ ଆଜାର ବୈଜାନର ବାକୁରୁ ଷ୍ଟେଲିନଗାର୍ଡରେ ଜର୍ମାନଙ୍କ ଦ୍ୱାରା ଘେରେଇ ହୋଇ ରହିଥିବା ଋଷିୟ ଲାଲବାହିନୀକୁ ଆକାଶମାର୍ଗରୁ ଅସ୍ତ୍ରଶସ୍ତ୍ର ପକାଇବାର ଦୁଃସାହସିକ କାମ କରିଥିଲେ ।



୧୯୪୨ ମସିହାରେ ସେ ମଧ୍ୟ ଇଂରେଜ ପଦାଧିକାରୀ ମାନଙ୍କୁ ଜାପାନ ଦ୍ୱାରା ଅଧିକୃତ ବର୍ମାରୁ ମୁକ୍ତ କରିବା ପାଇଁ ଆକାଶ ମାର୍ଗରୁ ଅତି ନିକଟରୁ ବୋମା ବର୍ଷଣ କରିଥିଲେ । ୧୯୪୭ରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ତାଙ୍କର ସହାୟତା ନେଇଥିଲେ । ଇଣ୍ଡୋନେସିଆର ପ୍ରତିରୋଧ ଯୋଦ୍ଧାମାନଙ୍କୁ ଡଚ ଉପନିବେଶକାରୀ ମାନଙ୍କ ହାତରୁ ଉଦ୍ଧାର କରିବା ପାଇଁ ଜ୍ଞାନ ପଟ୍ଟନାୟକଙ୍କ ସହିତ (ଯେ କି ଜଣେ ତାଲିମପ୍ରାପ୍ତ ପାଇଲଟ ଥିଲେ ), ବିଜୁବାବୁ ଏକ ଡାକୋଟା ବିମାନ ଚଳାଇ ଭୁମିରୁ ଗୁଳିବର୍ଷଣକୁ ଭୃକ୍ଷେପ ନ କରି ବିଶିଷ୍ଟ ରାଷ୍ଟ୍ରବାଦୀ ନେତା ଓ ପ୍ରଧାନମନ୍ତ୍ରୀ ସୂତାନ ସାଜାହିରଙ୍କୁ ନିରାପଦ ସ୍ଥାନକୁ ଉଡାଇ ଆଣିଥିଲେ ।



ଇଣ୍ଡୋନେସିଆର ରାଷ୍ଟ୍ରପତି ସୁକର୍ଣ୍ଣ ବିଜୁ ବାବୁଙ୍କୁ ‘ଭୂମିପୁତ୍ର’ ଉପାଧି ଅର୍ପଣ କରିଥିଲେ ଏବଂ ତାଙ୍କୁ ମର୍ଯ୍ୟାଦାଜନକ ନାଗରିକତ୍ୱ ପ୍ରଦାନ କରିଥିଲେ । ତାଙ୍କ ବୀରତ୍ୱ ତାଙ୍କୁ ଭାରତରେ ଏକ ମୂଲ୍ୟାତୀତ ସମର୍ଥକ ଓ ଜୀବନଠୁ ବ୍ୟାପ୍ତ ଏକ ପ୍ରତିପତ୍ତି ଆଣିଦେଇଥିଲା । ତାଙ୍କର ବୀରତ୍ୱ ଦୃଷ୍ଟାନ୍ତ ମୂଳକ ଓ ମିଜାଜ କିମ୍ବଦନ୍ତୀ । ନମ୍ରତା ତାଙ୍କ ସ୍ୱଭାବ ନ ଥିଲା । ବିଜୁ ବାବୁ କ୍ଷତି ସହିପାରୁଥିଲେ । ସେ ତାଙ୍କର ବ୍ୟକ୍ତିଗତ ଧନ ରାଜନୀତିର ଗର୍ତ୍ତ ପୂରିବାରେ ଲଗାଇ ଦେଉଥିଲେ । ସେ କ୍ଷମତାର ବାହାରେ ବହୂ ଦିନ ରହିଲେ ଓ ପ୍ରାୟ ଦେବାଳିଆ ଅବସ୍ଥାକୁ ଆସିଯାଇଥିଲେ । ଥରେ ଜଣେ ତାଙ୍କ ପୂରୁଣା ସହକର୍ମୀ ମନେ ପକାଇଥିଲେ, “ସେ ଏପରି ଜଣେ ରାଜନେତା ଯାହାଙ୍କର ଧନ କମିଥିଲା ରାଜନୀତିରେ ବର୍ଷାଧିକ କାଳ ରହିଲା ପରେ ।” କିନ୍ତୁ ବିଜୁ ବାବୁଙ୍କ ବ୍ରାଣ୍ଡ ବା ଜନପ୍ରିୟତା ଅନେକ ଘାତ ପ୍ରତିଘାତ ସହ୍ୟ କରିଥିଲା । ଶେଷରେ ତାଙ୍କ ଲମ୍ବା ରାଜନୈତିକ ଜୀବନ ତାଙ୍କୁ ଆଉଥରେ ଝଡ଼ ପରି ଆଣି କ୍ଷମତାରେ ବସାଇ ଦେଇଥିଲା ।



socialnewsodia.info

Post a Comment

0 Comments