04/03/2021
କେନ୍ଦ୍ରାପଡ଼ା 📌
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଲକ୍ଷ୍ମୀ ମିତ୍ତଲ ନିପନ କମ୍ପାନୀ ଅଧ୍ୟକ୍ଷ ଏଲ୍.ଏନ୍ ମିତ୍ତଲ । ଭାରତର ପ୍ରତିଷ୍ଠିତ ଷ୍ଟିଲ୍ କମ୍ପାନୀ ଆର୍ସେଲର ମିତ୍ତଲ ନିପନ୍ ପକ୍ଷରୁ ଏହି ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ କେନ୍ଦ୍ରାପଡ଼ା ଜିଲ୍ଲାରେ । ଗୁରୁବାର (୦୪/୦୩/୨୦୨୧) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆର୍ସେଲର ମିତ୍ତଲର ଅଧ୍ୟକ୍ଷ ଏଲ୍.ଏନ୍ ମିତ୍ତଲ ଓଡିଶାରେ ବିଭିନ୍ନ ପ୍ରକଳ୍ପ କରିବା ନେଇ ଦୁହିଁଙ୍କ ମଧ୍ୟରେ ଆଲୋଚନା ହୋଇଛି । ତେବେ ଏହା ପୂର୍ବରୁ ଓଡ଼ିଶାରେ ପୁଞ୍ଜିନିବେଶ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଲକ୍ଷ୍ମୀ ମିତ୍ତଲଙ୍କ ଆଲୋଚନା ହୋଇଥିଲା । ଓଡ଼ିଶାରେ ଉତ୍ପାଦିତ ହେଉଥିବା ଖଣିଜ ଦ୍ରବ୍ୟକୁ ଓଡ଼ିଶାରେ ମୂଲ୍ୟଯୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଥିଲେ । ତେବେ ପ୍ରଥମ ପର୍ଯ୍ୟାୟରେ ୨ ହଜାର କୋଟିର ପୁଞ୍ଜିନିବେଶ କରାଯିବା ନେଇ ଆର୍ସେଲ ଗ୍ରୁପ୍ର ଅଧ୍ୟକ୍ଷ ଲକ୍ଷ୍ମୀ ମିତ୍ତଲ ସୂଚନା ଦେଇଥିଲେ ।ଚୁକ୍ତି ଅନୁସାରେ ଆର୍ସେଲର ମିତ୍ତଲ ନିପନ କମ୍ପାନୀ ରାଜ୍ୟରେ ୫୦ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରିବ। ଏଥିରେ ୧୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ୍ କାରଖାନା ପ୍ରତିଷ୍ଠା କରାଯିବ।
ସୂଚନା :.Covid-19 🦠 ଯୋଗୁଁ ଆର୍ଥିକ ସ୍ଥିତିରେ ବିଶେଷ ପ୍ରଭାବ ପଡିଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଶିଳ୍ପପତି ଲକ୍ଷ୍ମୀ ମିତ୍ତଲ ନିପନ କମ୍ପାନୀ ଅଧ୍ୟକ୍ଷ ଏଲ୍.ଏନ୍ ମିତ୍ତଲ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଲକ୍ଷ୍ମୀ ମିତ୍ତଲ ଭେଟି ଓଡିଶାରେ ବିଭିନ୍ନ ପ୍ରକଳ୍ପ କରିବା ନେଇ ଦୁହିଁଙ୍କ ମଧ୍ୟରେ ଆଲୋଚନା ହୋଇଛି ।
socialnewsodia.info
0 Comments