Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ପିଏମ୍‌ କିଷାନ୍‌ ସମ୍ମାନ ନିଧି ଯୋଜନା🌾ଏହି ତାରିଖ ପୂର୍ବରୁ ପଞ୍ଜୀକରଣ କଲେ ମିଳିବ ୪ ହଜାର ଟଙ୍କା, ଜାଣନ୍ତୁ କିପରି କରିବେ ଆବେଦନ ।

 


07/03/2021


Editor by/- Srinibash Rout 

ପିଏମ୍‌ କିଷାନ୍‌ ସମ୍ମାନ ନିଧି ଯୋଜନାରେ ପଞ୍ଜୀକରଣ କରିଥିବା କୃଷକଙ୍କ ପାଇଁ କେନ୍ଦ୍ର ସରକାର ଶତ ପ୍ରତିଶତ ପାଣ୍ଠି ଯୋଗାଇ ଦେଉଛନ୍ତି । ଏହି ସ୍କିମ୍‌ରେ ୨ ଏକରରୁ କମ୍‌ ଜମି ଥିବା କୃଷକ ଏବଂ ଭାଗ ଚାଷୀଙ୍କ ପରିବାରକଗୁ ସରକାର ପ୍ରତିବର୍ଷ ୩ଟି କିସ୍ତିରେ ୬ ହଜାର ଟଙ୍କା ଦେଇଥାନ୍ତି । ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକରେ ଥିବା ସରକାର ଏଥିପାଇଁ କୃଷକମାନଙ୍କୁ ଚିହ୍ନଟ କରି ସେମାନଙ୍କ ଲିଷ୍ଟ କେନ୍ଦ୍ରକୁ ଦେବାକୁ ପଡ଼ିବ । ଏହାର ଗାଇଡ୍‌ ଲାଇନ୍‌ ଅନୁସାରେ ଏହି ଟଙ୍କା ପ୍ରତ୍ୟେକ୍ଷ ଭାବେ ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍‌ କରାଯିବ ।


ତେବେ ଯେଉଁ ଚାଷୀମାନେ ପଞ୍ଜୀକରଣ କରିନାହାନ୍ତି ସେମାନେ ଏହି ମାସ ଅର୍ଥାତ ୩୧ ତାରିଖ ସୁଦ୍ଧା ଏଥିରେ ପଞ୍ଜୀକରଣ କରିପାରିବେ । ଏହି ତାରିଖ ପୂର୍ବରୁ ଯେଉଁମାନେ ପଞ୍ଜୀକରଣ କରିଥିବେ ସେମାନଙ୍କୁ ସରକାର ୪ ହଜାର ଟଙ୍କା ଦେବେ । ଯଦି ଏହାର ଆପ୍ଲିକେସନ୍‌ ଗ୍ରହଣ ହୋଇଯାଏ ତେବେ ହୋଲି ପୂର୍ବରୁ ୨ ହଜାର ଟଙ୍କା ମିଳିବ ଏବଂ ଏପ୍ରିଲ୍‌ ବା ମେ ମାସରେ ଏହାର ଅନ୍ୟ କିସ୍ତି ମିଳିବ ବେଲି ଏକ ରିପୋର୍ଟରେ କୁହାଯାଇଛି ।


ସୂଚନାଯୋଗ୍ୟ, କୃଷକମାନେ ପିଏମ୍‌ କିଷାନ୍‌ ସମ୍ମାନ ନିଧି ଯୋଜନାରେ ପ୍ରତିବର୍ଷ ପ୍ରଥମ କିସ୍ତି ୧ ଏପ୍ରିଲ୍‌ ରୁ ୩୧ ଜୁଲାଇ, ଦ୍ୱିତୀୟ କିସ୍ତି ୧ ଅଗଷ୍ଟରୁ ୩୦ ନଭେମ୍ୱର, ତୃତୀୟ କିସ୍ତି ୧ ଡିସେମ୍ୱର ରୁ ୩୧ ମାର୍ଚ୍ଚ ମଧ୍ୟରେ ଏହି ରାଶି ପାଇଥାନ୍ତି ।


🌾🌾କିପରି କରିବେ ପଞ୍ଜୀକରଣ-📑


୧ -ପ୍ରଥମେ ପିଏମ୍‌ କିଷାନ୍‌ ୱେବ୍‌ସାଇଟ୍‌କୁ ଯାଆନ୍ତୁ


୨ -ଫାର୍ମର କର୍ଣ୍ଣରକୁ ଯାଆନ୍ତୁ


୩ -ନ୍ୟୁ ଫାର୍ମର ରେଜିଷ୍ଟ୍ରେସନ୍‌ରେ କ୍ଲିକ୍‌ କରନ୍ତୁ


୪-ଆଧାର କାର୍ଡ ନମ୍ବର ଏଣ୍ଟର କରନ୍ତୁ


୫-କାପ୍ଚା କୋଡ୍‌ ଏଣ୍ଟର୍ କରନ୍ତୁ


୬-ରାଜ୍ୟ ଚୟନ କରନ୍ତୁ


୭-ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ


୮-ବ୍ୟାଙ୍କ ଆକାଉଣ୍ଟ୍‌ ସମ୍ବନ୍ଧୀୟ ତଥ୍ୟ ଦିଅନ୍ତୁ


୯-ଫର୍ମ ସବ୍‌ମିଟ୍ କରନ୍ତୁ


🌾🌾ଆବଶ୍ୟକ ହେଉଥିବା ଡକ୍ୟୁମେଣ୍ଟ-📑


୧ -ଆଧାର କାର୍ଡ


୨ -ସିଟିଜେନ୍‌ସିପ୍‌ ସାର୍ଟିଫିକେଟ୍


୩ -ଜମିର କାଗଜ ପତ୍ର


୪ -ବ୍ୟାଙ୍କ ଆକାଉଣ୍ଟର ତଥ୍ୟ


•••••••••••••••••••••••••••••••••••••••

socialnewsodia.info

Post a Comment

0 Comments