01/03/2021
Editor by/- Srinibash Rout
ଦେଶବ୍ୟାପୀ କରୋନା ଟୀକାକରଣ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟ ଟିକାକରଣ ଜାନୁଆରୀ ୧୬ରେ ଆରମ୍ଭ ହୋଇଥିଲା। ସମସ୍ତ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଓ ୪୫ ବର୍ଷରୁ ୬୦ ବର୍ଷ ବୟସ୍କଙ୍କଠାରେ ଥିବା ଶାରିରୀକ ସମସ୍ୟା ବ୍ୟକ୍ତିମାନେ ଦ୍ୱିତୀୟ ପର୍ଯ୍ୟାୟରେ କରୋନା ଟିକା ନେଇପାରିବେ। ଏଥିସହ ସମସ୍ତ ଯୋଗ୍ୟ ବ୍ୟକ୍ତି ଟିକା ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିବେଦନ କରିଛନ୍ତି। ଇଚ୍ଛୁକ ବ୍ୟକ୍ତି କୋୱିନ-୨ ପୋର୍ଟାଲରେ ପଞ୍ଜୀକରଣ କରି ଟିକା ନେଇପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।
ସୋମବାର ( ୦୧/୦୩/୨୦୨୧ ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଛନ୍ତି କରୋନା ଟିକା 💉ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ । ସେ କରୋନାର ପ୍ରଥମ ଡୋଜ୍ ଟିକା ନେଇଥିବା କହି, ନିଜ social media ପ୍ଲାଟଫର୍ମ ଗୁଡ଼ିକ ସୂଚନା ଦେଇଛନ୍ତି । ଟିକା ନେବାପରେ ସମସ୍ତ ଡାକ୍ତର ଓ ବୈଜ୍ଞାନିକଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି, ଏମାନଙ୍କ ଉଦ୍ୟମ ପାଇଁ ଆଜି ଦେଶ କରୋନା ବିରୋଧୀ ଲଢ଼େଇରେ ଜିତି ପାରିଛି।
socialnewsodia.info
0 Comments