Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ବାପା

   



- - - - - - - - - - - -ପ୍ରଦୀପ ନାୟକ


ବାପା ପୁଣ୍ୟର କରଜ ଟିଏ

ବାପା ମଧୁର ମରଜ ଟିଏ    ।


ବାପା ସକାଳ ପ୍ରାର୍ଥନା ଟିଏ

ବାପା ସଂଜର ସାନ୍ତ୍ବନା ଟିଏ  ।


ବାପା ଅସରା ଅମାର ଟିଏ

ବାପା ଅଲିଭା ସ୍ବାକ୍ଷର ଟିଏ   ।


ବାପା ଜୀବନ ସରଣୀ ଟିଏ

ବାପା ଆଲୋକ ରୋଷଣୀ ଟିଏ ।


ବାପା ବିଶ୍ବାସ ବଗିଚା ଟିଏ

ବାପା ଅଭୁଲା ମହକ ଟିଏ       ।


ବାପା ଚଇତ୍ର ଚାନ୍ଦିନୀ ଟିଏ

ବାପା ପଉଷ ସକାଳ ଟିଏ       ।


ବାପା ଆପଦ ଆଶ୍ରୟ ଟିଏ

ବାପା ସଂପଦ ସିନ୍ଦୁକ ଟିଏ       ।


ବାପା ଲୁହର ପାଉଣା ଟିଏ

ବାପା ଖୁସିର ଝୁଲଣା ଟିଏ       ।


ବାପା ଅଳିର ଅଗଣା ଟିଏ

ବାପା ସସ୍ନେହ ଶାସନ ଟିଏ      ।


ବାପା ଦ୍ବନ୍ଦ୍ବର ମିମାଂସା ଟିଏ

ବାପା ସ୍ବପ୍ନର ଅଭିପ୍ସା ଟିଏ        ।


ବାପା ଚିନ୍ତାର ଅଚିନ୍ତ୍ୟ ଟିଏ.     

ବାପା ବୋଧର ଅଗମ୍ୟ ଟିଏ     ।


ବାପା ଆତ୍ମାର ଅଭାବ ଟିଏ

ବାପା ଭାବର ବନ୍ଧନ  ଟିଏ       ।


ବାପା ଶ୍ରଦ୍ଧାର ପଂଜିକା ଟିଏ 

ବାପା ଶ୍ରାଦ୍ଧର ତାରିଖ ଟିଏ        ।

*      *      *       *       *

ବନ୍ଧପଡା,ମଦନପୁର,କେନ୍ଦ୍ରାପଡା ।

ଫୋନ : ୮୯୧୭୩୭୦୨୨୭

Post a Comment

0 Comments