28-September-2021
📌
reporter/- SRINIBASH ROUT
ଭାରତୀୟ ଡାକ ବିଭାଗରେ ସହଯୋଗରେ ନୂଆପଡାର ତନୱାତ ପୋଷ୍ଟ ଅଫିସରେ ଭାରତୀୟ ରେଳବାଇର ଟିକଟ୍ ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା (PRS Counter) କରାଯିବ। ଏହି ପୋଷ୍ଟ ଅଫିସର ସିଏସସି ପୋର୍ଟାଲରେ IRCTC ଟିକଟ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ।
ଭାରତୀୟ ପୋଷ୍ଟାଲ ନିର୍ଦ୍ଦେଶାଳୟ ନୂଆଦିଲ୍ଲୀଙ୍କ ନିର୍ଦ୍ଦେଶ ପରେ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ଓଡିଶା ମୁଖ୍ୟ ପୋଷ୍ଟାଲ ଜେନେରାଲ କହିଛନ୍ତି ।ନୂଆପଡା ଜିଲ୍ଲାରେ ଲୋକେ ବିଭିନ୍ନ ସମୟରେ ଦେଶର ବିଭିନ୍ନ ଅଞ୍ଚଳକୁ ଯାତାୟତ କରୁଛନ୍ତି ।
ବିଶେଷ କରି ଜିଲ୍ଲାର ଲୋକେ ରେଳ ଉପରେ ନିର୍ଭର କରୁଛନ୍ତି ।ତେଣୁ ଜିଲ୍ଲାରେ ରେଳ ଟିକଟ୍ ସଂରକ୍ଷଣ ବ୍ୟବସ୍ଥା ନଥିଲା ଏଥିଯୋଗୁଁ ଜିଲ୍ଲାବାସୀ ରେଳଟିକଟ ସଂରକ୍ଷଣ ନେଇ ବେଶ ଅସୁବିଧାର ସମ୍ମୁଖୀନ ହେଉଥିଲେ ।ଜିଲ୍ଲାରେ ରେଳ ଟିକଟ୍ ସଂରକ୍ଷଣ ବ୍ୟବସ୍ଥା ପାଇଁ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଦାବି କରିଥିଲେ। ନୂଆପଡାବାସୀଙ୍କ ଏହି ଦାବିକୁ ସୋମବାର (୨୭-ସେପ୍ଟେମ୍ବର-୦୨୧) ପୂରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।
ଏନେଇ ଓଡିଶା ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ ଶୁଭେନ୍ଦୁ ସ୍ବାଇଁ ଏକ ଚିଠି ମାଧ୍ୟମରେ ସାଂସଦ ବସନ୍ତ ପଣ୍ଡାଙ୍କୁ ପ୍ରେରଣ କରିଛନ୍ତି ।
🌐
SOCIAL NEWS ଓଡ଼ିଆ





0 Comments