28/June/2022
📌
BY: SRINIBASH ROUT
ରଥଯାତ୍ରାରେ ବଣ୍ଟାଯିବ ୧୦ ଲକ୍ଷ ମାସ୍କ। କରୋନା ସଂକ୍ରମଣ ପୁଣି ଥରେ ମୁଣ୍ଡ ଟେକୁଥିବା ବେଳେ ତଥା ପଜେଟିଭ ହାର ବଢ଼ିବାକୁ ଲକ୍ଷ୍ୟରେ ରଖି ସ୍ୱାସ୍ଥ୍ୟ ବିଭାଗ ଏହି ନିଷ୍ପତ୍ତି ନେଇଛି। ପୁରୀ ରଥଯାତ୍ରା ପାଇଁ ମଙ୍ଗଳବାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିଥିଲା। ବୈଠକ ପରେ ସେ ଏହି ସୂଚନା ଦେଇଛନ୍ତି। ଯେଉଁ ମାନଙ୍କୁ ଥଣ୍ଡା କାସ ଅଛି ସେମାନେ ଘରେ ବସି ଟିଭିରେ ମହାପ୍ରଭୁଙ୍କ ରଥଯାତ୍ରା ଦେଖନ୍ତୁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ସେହିପରି ରଥଯାତ୍ରାକୁ ଲକ୍ଷ୍ୟ ରଖି ପୁରୀ ମେଡ଼ିକାଲରେ ୫୦ଟି ଅତିରିକ୍ତ ବେଡ଼ ସମେତ ସ୍ୱତନ୍ତ୍ର ଓଟି, ମେଡ଼ିସିନ୍ ଓ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରହିବ। ଆମ୍ବୁଲାନ୍ସ ସମେତ ସ୍ୱେଚ୍ଛାସେବୀ ଓ ମେଡ଼ିକାଲ ଅଧିକାରୀ ୨୪ଘଣ୍ଟା କାମ ନିୟୋଜିତ ହେବେ। ଏଥିସହ ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ଦେଇଛନ୍ତି। ସ୍ଥିତି ଉପରେ ନଜର ରଖାଯାଇଛି ବୋଲି ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ଆଲାରାମିଂ ସ୍ଥିତି ନାହିଁ, କଟକ ଓ ଭୁବନେଶ୍ୱରରେ ସଂକ୍ରମଣ ଅଧିକ ରହୁଛି। ଏଥିସହ ରାଜ୍ୟରେ କୋଭିଡ୍ ସ୍ଥିତି ଉପରମୁହାଁ ନେଇ ସ୍ୱାସ୍ଥ୍ୟ ବିଭାଗର ପ୍ରତିକ୍ରିୟା ମିଳିଛି। ସଂକ୍ରମଣ ସ୍ଲୋ ପ୍ରୋଗ୍ରେସରେ ଅଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ପୂର୍ବରୁ ସଂକ୍ରମଣ ୫୦ ଭିତରେ ରହୁଥିଲା, ଏବେ ତାହା ୧୦୦ ଟପିଛି। ଆଗକୁ ଯେମିତି ଅଧିକ ଟ୍ରାନ୍ସମିଶନ ନହେବ ସେନେଇ ଗୁରୁତ୍ୱ ଦିଆଯାଇଛି। ଭିଡ଼କୁ ନଯିବାକୁ, ସବୁ ବେଳେ ମାସ୍କ ପିନ୍ଧିବାକୁ ଲୋକଙ୍କୁ କୁହାଯାଇଛି। ଏବେ ଘରେ ଟେଷ୍ଟିଂ କରାଯାଉଥିବାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସଂକ୍ରମଣ ସ୍ଥିତି ଉପରେ ନଜର ରହିଛି, ପିକ୍ ର କେତେ ଯାଏଁ ଯାଉଛୁ ସେନେଇ ନଜର ରଖିଛୁ। ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସ୍ଥିତି ଉପରେ ଧ୍ୟାନ ରଖିଥିବା କଥା ମଧ୍ୟ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।ଆଲାରାମିଂ ସ୍ଥିତି ନାହିଁ, କଟକ ଓ ଭୁବନେଶ୍ୱରରେ ସଂକ୍ରମଣ ଅଧିକ ବଢ଼ୁଛି ତେଣୁ ଏବେ ଠାରୁ ଆମକୁ ସାବଧାନ ରହିବାକୁ ପଡ଼ିବ ବୋଲି କୁହାଯାଇଛି ।
https://socialnewsodiaofficial.blogspot.com


0 Comments