Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଆଇପିଏସ୍ ସ୍ତରରେ ଅଦଳବଦଳ; ବରିଷ୍ଠ ଆଇପିଏସ୍ ଅଫିସର ସୁଧାଂଶୁ ଷଡ଼ଙ୍ଗୀ ହେଲେ ରେଲୱେ ଓ ତଟସୁରକ୍ଷା ବଳ ଅତିରିକ୍ତ ଡିଜି, ୧୯୮୯ ବ୍ୟାଚ୍ ଆଇପିଏସ୍ ପ୍ରାଣବିନ୍ଦୁ ଆଚାର୍ଯ୍ୟ ହେଲେ ଓଡିଶା ମାନବାଧିକାର କମିଶନର ଅତିରିକ୍ତ ଡିଜି ।

 



18-NOVEMBER-2021


📌


BY: SRINIBASH ROUT

ଆଇପିଏସ୍ ସ୍ତରରେ ଅଦଳବଦଳ। ୧୯୮୮ ବ୍ୟାଚ୍ ବରିଷ୍ଠ ଆଇପିଏସ୍ ବିଜୟାନନ୍ଦ ଝା’ ହେଲେ ଗୃହ ବିଭାଗର ଓଏସଡି ।ଗୃହ ବିଭାଗର ଓଏସଡି ଦାୟିତ୍ୱରେ ଥିବା ୧୯୯୦ ବ୍ୟାଚ୍ ଆଇପିଏସ୍ ଅଫିସର ସୁଧାଂଶୁ ଷଡ଼ଙ୍ଗୀ ହେଲେ ରେଲୱେ ଓ ତଟସୁରକ୍ଷା ବଳ ଅତିରିକ୍ତ ଡିଜି ।ସେହିପରି ରେଲୱେ ଓ ତଟସୁରକ୍ଷା ବଳ ଅତିରିକ୍ତ ଡିଜି ଦାଇତ୍ୱ ରେ ଥିବା ୧୯୮୯ ବ୍ୟାଚ୍ ଆଇପିଏସ୍ ପ୍ରାଣବିନ୍ଦୁ ଆଚାର୍ଯ୍ୟ ହେଲେ ଓଡ଼ିଶା ରାଜ୍ୟ ମାନବାଧିକାର କମିଶନ ଅତିରିକ୍ତ ଡିଜି(ଏଡିଜି)। 


ସେହିପରି କେ.ସଫିନ୍ ଅହମ୍ମଦ ହେଲେ ଅଗ୍ନିଶନ ସେବା ଓ ହୋମଗାର୍ଡ ଆଇଜି ।୨୦୦୩ ବ୍ୟାଚ୍ ଆଇପିଏସ୍ ସଫିନ୍ ବର୍ତ୍ତମାନ ଏବେ ଟେକ୍ନିକାଲ ଆଇଜି ଭାବେ କାର୍ଯ୍ୟରତ ଅଛନ୍ତି ।୨୦୧୩ ବ୍ୟାଚ୍ ଆଇପିଏସ୍ ତଥା କ୍ରାଇମବ୍ରାଞ୍ଚ୍ ଏସ୍.ପି ଏଲ୍‌. ଦିବ୍ୟାଭି ହେଲେ ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ।ଅନେଇ ଗୁହାବିଭାଗ ପକ୍ଷରୁ ଗତକାଲି ଅର୍ଥାତ୍ ବୁଧବାର ୧୭ ତାରିଖ ବିଜ୍ଞପ୍ତି ପ୍ରକାଶ ପାଇଛି।






www.socialnewsodiaofficial.blogspot.com

Post a Comment

0 Comments