06-NOVEMBER-2021
📌
NEWS EDITOR: Srinibash Rout
ଆଜି ସକାଳୁ ଅର୍ଥାତ୍ ଶନିବାର ୦୬ ତାରିଖରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି ।ଆଉ ଏହି ଅବସରରେ ଶ୍ରୀମନ୍ଦିର ଚତୁର୍ପାଶ୍ୱର ଉର୍ନତି କରଣ କାର୍ଯ୍ୟ ସମ୍ପର୍କରେ ସେବାୟତଙ୍କ ସହ ଆଲୋଚନା କରିବା ସହ ସମୀକ୍ଷା ମଧ୍ୟ କରିଛନ୍ତି ।ଏଥିସହିତ ଶ୍ରୀମନ୍ଦିର ଐତିହ୍ୟ କରିଡର କାର୍ଯ୍ୟ ନିର୍ମାଣରେ କ'ଣ ସମସ୍ୟା ରହିଛି ଓ କିଭଳି ସୁବିଧା ରେ କାମ ହୋଇ ପାରିବ, ସେନେଇ ମତାମତ ନେଇଥିଲେ। ମନ୍ଦିର ଦର୍ଶନ ସାରି ଫେରିବା ସମୟରେ ଜଗନ୍ନାଥ ସେନା ପକ୍ଷରୁ ପୁରୀର ନାମ ପରିବର୍ତ୍ତନ କରିବା ଲାଗି ଏକ ଦାବିପାତ୍ର ପ୍ରଦାନ କରାଯାଇଛି ।ଏହି ବିଷୟରେ ବିଚାର କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି ୫-ଟି ସଚିବ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।
ପୁରୀର ନାମ ପରିବର୍ତ୍ତନ କରି ଶ୍ରୀଜଗନ୍ନାଥ ଧାମ୍ ପୁରୀ କରିବାକୁ ଦାବିପତ୍ର ଦିଆଯାଇଛି ।ବିଭିନ୍ନ ସଙ୍ଗଠନ ପକ୍ଷରୁ ପୁରୀ ନାମ ପରିବର୍ତ୍ତନକୁ ନେଇ ନେଇ ଦାବି ଜୋର ଧରିଥିବା ବେଳେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନାମ ପରିବର୍ତ୍ତନ ଆବଶ୍ୟକତା କ'ଣ ଦରକାର ବୋଲି ପ୍ରଶ୍ନ ଉଠାଇଛନ୍ତି। ଏଭଳି ସ୍ଥିତିରେ ଆଜି ଅର୍ଥାତ୍ ଶନିବାର ୦୬ ତାରିଖରେ ୫-ଟି ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନଙ୍କୁ ଭେଟି ଦାବିପତ୍ର ଦେଇଛି ଶ୍ରୀଜଗନ୍ନାଥ ସେନା ।
https://socialnewsodiaofficial.blogspot.com

0 Comments