Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ବିଭିନ୍ନ ବିକାଶ ପ୍ରକଳ୍ପର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ; ବାରାଣସୀରେ ବିଭିନ୍ନ ବିକାଶ ପ୍ରକଳ୍ପର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିସହ ୨୧ ଶହ କୋଟିର ପରିଯୋଜନାକୁ କଲେ ଶିଳାନ୍ୟାସ -୨୦ ଲକ୍ଷରୁ ଅଧିକ ଲୋକଙ୍କୁ ଜମି ପଟ୍ଟା ।

 


24-DECEMBER-2021


📌


BY: SRINIBASH ROUT

ଗୁରୁବାର ୨୩ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀ ଗସ୍ତରେ ଯାଇ ସେଠାରେ ୨୧ ଶହ କୋଟି ଟଙ୍କାର ପରିଯୋଜନା କୁ ଶିଳାନ୍ୟାସ କରିଛନ୍ତି ।କେବଳ ସେତିକି ନୁହେଁ ଆନୁମାନିକ ୮୭୦ କୋଟି ଟଙ୍କାରେ ନିର୍ମିତ ୨୨ ଟି ଯୋଜନାକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ।ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାମୀତ୍ୱ ଯୋଜନାର ଉଦ୍ଘାଟନ କରି ୨୦ ଲକ୍ଷ ଲାଭାର୍ଥୀଙ୍କୁ ମୋବାଇଲ ମାଧ୍ୟମରେ ଜମି ପଟ୍ଟା ପ୍ରମାଣ ଦେଇଛନ୍ତି ।ପ୍ରଧାନମନ୍ତ୍ରୀ କରିଥିବା ଶିଳାନ୍ୟାସ ମଧ୍ୟରେ ରହିଛି ୪୭୫ କୋଟି ଟଙ୍କାର ବନାସ କାଶୀ କମ୍ପେ୍ଲକ୍ସ, ୪୧୨.୫୩ କୋଟି ଟଙ୍କାର ମୋହନସରାୟ ଦିନଦୟାଲ ଚିକିତ୍ସା ମାର୍ଗ, ୮୭ କୋଟି ଟଙ୍କାର ବାରଣାସୀ- ଭଦେହୀ- ଗୋପିଗଞ୍ଜ ମାର୍ଗ, ୧୯ କୋଟି ଟଙ୍କାର ରାମନଗର ବାୟୋ ଗ୍ୟାସ ପାୱାର ଉତ୍ପାଦନ କେନ୍ଦ୍ର, ରାଜକୀୟ ହୋମିଓପାଥିକ କଲେଜ ପାଇଁ ୪୯ କୋଟି ଟଙ୍କାର ପରିଯୋଜନା ।


ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ଉପସ୍ଥିତ ଥିଲେ ।ଗତ ୧୦ ଦିନ ମଧ୍ୟରେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କର ଦ୍ୱିତୀୟ ଉତ୍ତରପ୍ରଦେଶ ଗସ୍ତ। ଏହାପୂର୍ବରୁ, ଡିସେମ୍ବର ୧୩-୧୪ ରେ ପ୍ରଧାନମନ୍ତ୍ରୀ ବାରାଣସୀ ପରିଦର୍ଶନ କରିଥିଲେ। ଏହି ସମୟରେ ସେ କାଶୀ-ବିଶ୍ୱନାଥ କରିଡରର ପ୍ରଥମ ପର୍ଯ୍ୟାୟ ଉଦ୍ଘାଟନ କରିଥିଲେ। 





www. socialnewsodiaofficial.blogspot.com

Post a Comment

0 Comments