30-DECEMBER-2021


📌


BY: SRINIBASH ROUT

ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନ କମିଶନରଙ୍କ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସମସ୍ତ ଜିଲ୍ଲାକୁ ବାଲଟ୍ ବକ୍ସ ପଠାଯାଇଛି ।ନିର୍ବାଚନ କମିଶନରଙ୍କ ପକ୍ଷରୁ ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟ ଓ ସ୍ୱାଧୀନ ଜିଲ୍ଲା ପରିଷଦ ପାଇଁ ଚିହ୍ନ ବା ସଙ୍କେତ ଜାରି ହୋଇଛି ।ୱାର୍ଡ ମେମ୍ବରଙ୍କ ପାଇଁ ୧୫ଟି ଚିହ୍ନଟ ରହିଥିବା ବେଳେ ସରପଞ୍ଚ ପାଇଁ ୩୨ଟି ଚିହ୍ନ ରହିଛି । ସମିତି ସଭ୍ୟ ପାଇଁ ୧୯ଟି ଚିହ୍ନ ରହିଛି। ସେହିପରି ସ୍ୱାଧୀନ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୯ଟି ଚିହ୍ନ ରହିଛି। ସ୍ୱୀକୃତି ପ୍ରାପ୍ତ ଦଳ ସେମାନଙ୍କ ଦଳୀୟ ଚିହ୍ନରେ ଲଢ଼ିବେ ଜିଲ୍ଲା ପରିଷଦ ଆସନ। ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲା ପାଳଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।ତେବେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେଣୁ ଏନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ।






www. socialnewsodiaofficial.blogspot.com