26-DECEMBER-2021
📌
BY: SRINIBASH ROUT
ପାଖେଇ ଆସୁଛି ନୂଆବର୍ଷ। ଜିରୋ ନାଇଟ୍ ସେଲିବ୍ରେସନକୁ ନିଷେଧ କରାଯାଇଛି। ହୋଟେଲ୍, ରେଷ୍ଟୁରାଣ୍ଟ, କ୍ଲବ୍, କଲ୍ୟାଣମଣ୍ଡପ ସବୁଠି କଟକଣା ଜାରି କରାଯାଇଛି। ଏହି କଟକଣା ସମୟ ଅବଧି ଭିତରେ ବଣଭୋଜି ଓ ପିକନିକ୍ ମନା ।ସମାବେଶ, ସାଂସ୍କୃତିକ କାର୍ଯ୍ଯକ୍ରମକୁ ନିଷେଧ କରାଯାଇଛି। କଟକଣା ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଅନ୍ୟପଟେ ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଜମିବା ଆଶଙ୍କା ଥିବାରୁ ପ୍ରଶାସନର SOP ଅନୁଯାୟୀ ଆସନ୍ତା ୩୧ରୁ ଜାନୁଆରୀ ୨ ତିନି ଦିନ ଧରି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ୍ ରଖାଯାଇଛି ।ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା କରୁଥିବା ସମସ୍ତ ସେବାୟତଙ୍କ ପ୍ରାୟତଃ ଡବଲ ଡୋଜ ଟୀକାକରଣ ସରିଥିବାବେଳେ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି ।ତେବେ ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ପୁରୀରେ ଜିରୋ ନାଇଟ୍ ସେଲିବ୍ରେସନ ସମସ୍ତ ହୋଟେଲରେ ବନ୍ଦ୍ ରହିବ ।CDMOଙ୍କ ସୂଚନା ଅନୁଯାୟୀ ପୁରୀ ଜିଲ୍ଲାରେ କୋଭିଡ଼ ଟିକାର ପ୍ରଥମ ଡୋଜ ୮୬ ପ୍ରତିଶତ ସରିଥିବାବେଳେ ୭୭ ପ୍ରତିଶତ ଦ୍ବିତୀୟ ଡୋଜ ଟୀକାକରଣ ଶେଷ ହୋଇଛି ।
www. socialnewsodiaofficial.blogspot.com
0 Comments