29-DECEMBER-2021
📌
BY: SRINIBASH ROUT
ସାରା ବିଶ୍ୱରେ ଚିନ୍ତା ବଢ଼ାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ।ଦିନକୁ ଦିନ କରୋନା ସଂକ୍ରମଣ ସହ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ହୁ ହୁ ବଢ଼ି ଚାଲିଛି। ଏହା ଏବେ ଭୟଙ୍କର ହେବାରେ ଲାଗିଛି। ଏହାକୁ ନେଇ ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ’) ଦେଶବାସୀଙ୍କୁ ସତର୍କ କରାଇବା ସହ ଚେତାବନୀ ଦେଇଛି। କୋଭିଡ-୧୯ର ସାପ୍ତାହିକ ଏପିଡେମୋଲୋଜିକଲ ଅପଡେଟରେ WHO କହିଛି କି ଅନେକ ଦେଶରେ ଓମିକ୍ରନ ପାଇଁ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଉଛି ।ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ସେହି ଦେଶଗୁଡ଼ିକୁ ମଧ୍ୟ ଅତିକ୍ରମ କରିସାରିଛି ଯେଉଁଠାରେ ପୂର୍ବରୁ ଡେଲଟା ଭାରିଆଣ୍ଟ ଅଧିକ ପ୍ରଭାବ ଥିଲା ।ମିଳିତ ଜାତିସଂଘର ହେଲଥ ଏଜେନ୍ସି କହିଛି କି, ନୂଆ ‘ଭାରିଏଣ୍ଟ ଅଫ୍ କନସର୍ଣ୍ଣ’ ଓମିକ୍ରନର ବିପଦ ବହୁତ ଅଧିକ ଅଟେ ।ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି କି କରୋନାର ଡେଲଟା ଭାରିଆଣ୍ଟଠାରୁ ଓମିକ୍ରନ ଅଧିକ ସଂକ୍ରାମକ ।ବ୍ରିଟେନ୍ ଏବଂ ଆମେରିକା ଭଳି ଦେଶରେ ଏହି ଭୂତାଣୁ ଅତି ଶୀଘ୍ର ବ୍ୟାପିବାରେ ଲାଗିଛି ।ଏହି ସବୁ ଦେଶରେ ବର୍ତ୍ତମାନ ଓମିକ୍ରନ୍ ଅଧିକ ପ୍ରଭାବଶାଳୀ ଭାରିଆଣ୍ଟ ପାଲଟିଛି ।ପ୍ରତିରକ୍ଷା ପ୍ରତିରୋଧ କ୍ଷମତା ଏବଂ ଅଧିକ ସଂକ୍ରାମକର ମିଶ୍ରଣ ଓମିକ୍ରନ ଦ୍ରୁତ ଗତିରେ ବ୍ୟାପିବାର କାରଣ ହୋଇପାରେ ବୋଲି WHO ଚେତାବନୀ ଦେଇଛି ।
www. socialnewsodiaofficial.blogspot.com
0 Comments