Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ପଞ୍ଚାୟତ ନିର୍ବାଚନ- ପୁଣି ପ୍ରକାଶ ପାଇଲା ବିଜ୍ଞପ୍ତି; ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ପୁଣି ପ୍ରକାଶ ପାଇଲା ଚିଠା ବିଜ୍ଞପ୍ତି -୭ଟି ଅଧ୍ୟକ୍ଷ ପଦ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ଥିବା ବେଳେ ୫ଟି ଅଧ୍ୟକ୍ଷ ପଦ ଅନୁସୂଚିତ ଜନଜାତି ଓ ୧୦ ଅଧ୍ୟକ୍ଷ ପଦ ଅଣସଂରକ୍ଷିତ ।

 


25-DECEMBER-2021


📌


BY: SRINIBASH ROUT

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ପୁଣି ଚିଠା ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ସଂରକ୍ଷଣ ନେଇ ନୂଆ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ୧୦ ଦିନ ପର୍ଯ୍ୟନ୍ତ ଅଭିଯୋଗ ଗ୍ରହଣ ପାଇଁ ସମୟ ଦିଆଯାଇଛି ।ଆସନ୍ତା ଜାନୁଆରୀ ୩ ତାରିଖ ମଧ୍ୟରେ ଅଭିଯୋଗ ସାଙ୍ଗକୁ ପରାମର୍ଶ ଦେବାକୁ ଆହ୍ବାନ ଦିଆଯାଇଛି । 


ଅଭିଯୋଗ ଓ ପରାମର୍ଶ ମିଳିବା ପରେ ସଂରକ୍ଷଣ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।ଅନୁଗୁଳ, କଟକ, କଳାହାଣ୍ଡି, କେନ୍ଦୁଝର, ଗଜପତି, ଦେବଗଡ଼, ନୟାଗଡ଼, ବରଗଡ଼, ବାଲେଶ୍ବର, ସୋନପୁର ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅଣସଂରକ୍ଷିତ ରହିଛି । ସେହିପରି କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ମୟୂରଭଞ୍ଜ, ମାଲକାନଗିରି, ରାୟଗଡ଼ା, ଓ ସୁନ୍ଦରଗଡ଼ରେ ଅନୁସୂଚିତ ଜନଜାତିଙ୍କ ପାଇଁ ଅଧ୍ୟକ୍ଷ ପଦ ସଂରକ୍ଷିତ ରହିଛି । ଅନ୍ୟପଟେ କେନ୍ଦ୍ରାପଡ଼ା, ଜଗତସିଂହପୁର, ବୌଦ୍ଧ, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି ।







www. socialnewsodiaofficial.blogspot.com

Post a Comment

0 Comments