22-DECEMBER-2021
📌
BY: SRINIBASH ROUT
ଭୁବନେଶ୍ୱରରେ ଦୁଇ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ ସାରଙ୍କ ଅପହରଣ ମାମଲା । ସମ୍ବଲପୁର ଅଇଁଠାପାଲି ଅଞ୍ଚଳରୁ ଦୁଇ ଛାତ୍ରୀ ଉଦ୍ଧାର ।ଉଦ୍ଧାର କଲା ବଡଗଡ଼ ଓ ଅଇଁଠାପାଲି ଥାନା ପୋଲିସ ।ଟ୍ୟୁସନ ସାର୍ ଅଟକ ।ଦୁଇ ଛାତ୍ରୀଙ୍କ ବୟାନ ରେକର୍ଡ କରିବ ପୋଲିସ ।ଗତ ରବିବାର ୨ ଛାତ୍ରୀଙ୍କୁ ନେଇ ଟ୍ୟୁସନ ମାଷ୍ଟର ଫେରାର ହୋଇଯାଇଥିଲେ ।ପ୍ରତିଶୋଧ ପରାୟଣ ହୋଇ ସାର୍ ଏମିତି କରିଥିବା ପରିବାର ଲୋକ ଅଭିଯୋଗ କରିଥିଲେ ।ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଗୋପାଳକୃଷ୍ଣ ବଡତ୍ୟା ନାମକ ଜଣେ ଯୁବକ ୨ ନାବାଳିକା ଭଉଣୀଙ୍କୁ ଟ୍ୟୁସନ କରୁଥିଲେ ।ହେଲେ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ଟ୍ୟୁସନ କରିବାରୁ ସନ୍ଦେହ କରିଥିଲେ ପରିବାର ନାବାଳିକାଙ୍କ ପରିବାର ଲୋକେ ।ଆଉ ୨ ଭଉଣୀଙ୍କୁ ଆଉ ଟ୍ୟୁସନ ଛାଡ଼ିବାକୁ ମନା କରିଥିଲେ ।
ଘରକୁ ଯାଇ ପାଠ ପଢାଇବା ଆଳରେ ଗୋପାଳ କୃଷ୍ଣ ବାଡ଼ତିଆ ଅଷ୍ଟମ ଶ୍ରେଣୀ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ଦୁଇ ଭଉଣୀଙ୍କୁ ଧରି କେଉଁଆଡ଼େ ଛୁ ମାରିଥିବା ନେଇ ମଙ୍ଗଳବାର ୨୧ ତାରିଖରେ ଖବର ପ୍ରକାଶ ହୋଇଥିଲା ।ଗତ ରବିବାର ସନ୍ଧ୍ୟାରେ ଏଭଳି ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ତଦନ୍ତ ଜାରି ରଖିଥିଲା । ଟ୍ୟୁସନ ସାରଙ୍କ ପତ୍ନୀଙ୍କୁ ପଚରାଉଚରା କରାଯାଇଥିଲା ।ସେପଟେ ହିଂଜିଳିକାଟୁ ସ୍ଥିତ ପୈତୃକ ଘରେ ମଧ୍ୟ ଛାପା ପଡିଥିଲା ।ଆଜି ବୁଧବାର ୨୨ ତାରିଖ ସମ୍ବଲପୁରରୁ ଟ୍ୟୁସନ ମାଷ୍ଟରଙ୍କୁ ବା ସାରଙ୍କୁ କାବୁ କରିଛି ପୋଲିସ ।ସୂଚନା ଅନୁଯାୟୀ, ବଡ଼ଗଡ଼଼ ଥାନା ଅଞ୍ଚଳରୁ ଟ୍ୟୁସନ ଶିକ୍ଷକଙ୍କ କଳାକାରନାମା ଗତକାଲି ପଦାକୁ ଆସିଥିଲା। ଟ୍ୟୁସନ ଶିକ୍ଷିକ ଦୁଇ ନାବାଳିକା ଛାତ୍ରୀଙ୍କୁ ନେଇ ଫେରାର୍ ହୋଇଯାଇଥିଲେ। ଅପହରଣ ହୋଇଥିବା ହୋଇଥିବା ଦୁଇ ଛାତ୍ରୀ ଦୁଇ ଭଉଣୀ। ଜଣଙ୍କର ବୟସ ୧୫ ଓ ଅନ୍ୟଜଣଙ୍କ ବୟସ ୧୪।
www. socialnewsodiaofficial.blogspot.com
0 Comments