Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

୧୭୭ କୋଟିରୁ ଅଧିକ ଟଙ୍କା ଜବତ; ଶେଷ ହୋଇଛି ଦୀର୍ଘ ୩୬ ଘଣ୍ଟାର ମାରାଥନ କାଉଣ୍ଟିଂ ପ୍ରକ୍ରିୟା ରେଡ୍ ପରେ ଜବତ ହୋଇଛି ୧୭୭ କୋଟି ୪୫ ଲକ୍ଷ ଟଙ୍କା- ଦେଶର ସର୍ବବୃହତ ଚଢ଼ାଉ -ଟଙ୍କା ଗଣିବା ଲାଗି ବ୍ୟବହୃତ ହୋଇଥିଲା ୧୯ଟି ମେସିନ୍ ।

 


26-DECEMBER-2021


📌


BY: SRINIBASH ROUT

କାନପୁରର ତ୍ରିମୂର୍ତ୍ତି ଫ୍ରାଗ୍ରାନ୍ସ ପ୍ରାଇଭେଟ୍ ଲିମିଟେଡ଼ ଓ ଗଣପତି ରୋଡ କ୍ୟାରିୟର୍ସର ଗୋଦାମରେ ଜିଏସଟି ଗୁଇନ୍ଦା ବିଭାଗର ଅହମ୍ମଦାବାଦ ୟୁନିଟ୍ ପକ୍ଷରୁ ଚଢାଉ କରାଯାଇଥିଲା ।ଆୟକର ବିଭାଗ ଓ ଜିଏସଟି ଗୁଇନ୍ଦା ବିଭାଗ ପକ୍ଷରୁ ହୋଇଥିବା ଚଢ଼ଉରେ ୧୭୭ କୋଟି ୪୫ ଲକ୍ଷ ଟଙ୍କା ଜବତ ହୋଇଛି ।ଜବତ ଟଙ୍କାକୁ ନେବା ଲାଗି ଏକ କଣ୍ଟେନର ଅଣାଯାଇଥିଲା ଏବଂ ୨୧ଟି ବାକ୍ସରେ ସେ ସବୁକୁ ପ୍ୟାକିଂ କରି ନିଆଯାଇଥିଲା ।କାନପୁରର ଆନନ୍ଦପୁରୀ ଅଞ୍ଚଳରେ ଥିବା ପୀୟୂଷଙ୍କ ଘରେ ଶନିବାର ୨୫ ତାରିଖ ହୋଇଥିଲା ଚଢ଼ାଉ ।


ଭୂତ କମ୍ପାନୀ ନାଁରେ ଜାଲ୍ ଇନଭଏସ ଓ ଓ୍ବେବିଲ୍ ପ୍ରସ୍ତୁତ କରି କୋଟି କୋଟି ଟଙ୍କାର ସାମଗ୍ରୀ ପରିବହନ ହେଉଥିଲା ।ଠକେଇ ଘଟଣାରେ ୪ଟି ଟ୍ରକ୍ ଜବତ କରାଯାଇଛି । ଏହାସହ ପରିବହନ ସଂସ୍ଥା ନିକଟରୁ ୧ କୋଟି ୧ ଲକ୍ଷ ଟଙ୍କା ନଗଦ ଟଙ୍କା ଜବତ କରାଯାଇଛି ।






www. socialnewsodiaofficial.blogspot.com

Post a Comment

0 Comments