Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦିଆଯାଉ; ସମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶା ରାଜ୍ୟ ବହୁତ ଉନ୍ନତି କରିଛି ସବୁ ପ୍ରାକୃତିକ ବିପର୍ୟ୍ୟୟକୁ ସଫଳତାର ସହ ନିଜ ଦମରେ ମୁକାବିଲା କରିଛି ରାଜ୍ୟ -ରାଜ୍ୟର ମୁକାବିଲା ପ୍ଲାନକୁ ସାରା ବିଶ୍ବ ମଧ୍ୟ ପ୍ରଶଂସା କରିଛି ।

 


16-DECEMBER-2021


📌


BY: SRINIBASH ROUT

ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ମଧ୍ୟରେ ଗତକାଲି ଅର୍ଥାତ୍ ବୁଧବାର ୧୫ ତାରିଖ ଅପରାହ୍ନରେ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଓ ସଦସ୍ୟ ଭି.କେ ପଲ ଉପସ୍ଥିତ ଥିଲେ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଜରିଆରେ ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ ।ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ଉନ୍ନୟନ କମିଶନର ଓ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଦାବି ରଖିଛନ୍ତି। ରାଜ୍ୟର ବିକାଶ ପାଇଁ ନୀତି ଆୟୋଗର ସହାୟତା ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।ସେ କହିଛନ୍ତି ଓଡ଼ିଶା ସବୁବେଳେ ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେଉଛି ।କିନ୍ତୁ ଏହାର ମୁକାବିଲା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ନାହିଁ ।ତେଣୁ ଏ ଦିଗରେ ଦୃଷ୍ଟି ପକାଇବା ପାଇଁ ନୀତି ଆୟୋଗ ନିକଟରେ ଦାବି କରିଛନ୍ତି ।ସେପଟେ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର କହଛନ୍ତି, ଓଡ଼ିଶାର ଉନ୍ନତି ନିମନ୍ତେ ସ୍ୱତନ୍ତ୍ର ବ୍ଲୁ-ପ୍ରିଣ୍ଟ କରିବ ନୀତି ଆୟୋଗ ।






www. socialnewsodiaofficial.blogspot.com

Post a Comment

0 Comments