30-DECEMBER-2021
📌
BY: SRINIBASH ROUT
ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ବ୍ରହ୍ମପୁର ଆର ଆଣ୍ଡ ବି ଡିଭିଜନର କନିଷ୍ଠ କିରାଣୀ ଏଲ. କାମରାଜୁ ଦାସ ।ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କର ତିିନିଟି ସ୍ଥାନରେରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ ବିଭାଗ। ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଉକ୍ତ ଟିମ୍ କିରାଣି କାମରାଜୁଙ୍କ ବ୍ରହ୍ମପୁର ସ୍ଥିତ କାର୍ଯ୍ୟାଳୟ, ଆଙ୍କୁଲି ଖାଲା ସାହି ସ୍ଥିତ ବାସଭବନ ସମେତ ଅନ୍ୟ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି । ଏଥିରେ ଭିଜିଲାନ୍ସର ୨ ଡିଏସ୍ପି, ୫ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି ।ଚଢ଼ାଉ ଜାରି ରହିଥିବା ବେଳେ କିରାଣିଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସବିଶେଷ ଆକଳନ କରାଯାଇପାରି ନାହିଁ ବୋଲି ଏସ୍ପି ତ୍ରିଲୋଚନ ସ୍ବାଇଁ ସୂଚନା ଦେଇଛନ୍ତି।
www. socialnewsodiaofficial.blogspot.com
0 Comments