Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

୩ ଦିନ ପାଇଁ ବନ୍ଦ୍ ରହିବ ଶ୍ରୀମନ୍ଦିର; କରୋନା ସଂକ୍ରମଣର ଭୟାବହତା କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଡ଼ିସେମ୍ବର ୩୧ରୁ ୨ତାରିଖ ଯାଏଁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ ଭକ୍ତ - ନୂଆବର୍ଷ ରେ ମିଳିବନି ବାଳିଆ ଦର୍ଶନ ।



31-DECEMBER-2021


📌


BY: SRINIBASH ROUT

ନୂଆବର୍ଷରେ ମନ୍ଦିର ଓ ପର୍ଯ୍ୟଟନସ୍ଥଳୀ ମାନଙ୍କରେ ଜମିଥାଏ ଲୋକଙ୍କ ଭିଡ଼ ।ହେଲେ ଏହା ମଧ୍ୟରେ ରହିଛି କରୋନା ସଂକ୍ରମଣର ଭୟ ।ରାଜ୍ୟରେ ଓମିକ୍ରନ ଧୀରେ ଧୀରେ ବଢ଼ିବାରେ ଲାଗିଛି ।ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି ।ଆଜିଠାରୁ ୩ଦିନ ବନ୍ଦ୍ ରହିବ ଶ୍ରୀମନ୍ଦିର ।ଡ଼ିସେମ୍ବର ୩୧ରୁ ୨ତାରିଖ ଯାଏଁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ ଭକ୍ତ ।ଏହି ୩ ଦିନ କେବଳ ନୀତି ସହିତ ସଂପୃକ୍ତ ସେବାୟତ, ଜେଟିପି, ଅଧିକାରୀ ମାନେ ହିଁ ମନ୍ଦିର ଭିତରେ ପ୍ରବେଶ ଅଧିକାର ପାଇବେ ।


ଜାନୁଆରୀ ୩ ତାରିଖରୁ ପୁଣି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ପ୍ରବେଶ ଅଧିକାର ମିଳିବ । ଏନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ମଧ୍ୟ ଜାରି କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ।ସେପଟେ ଜାନୁଆରୀ ୩ ତାରିଖରୁ ଶ୍ରୀମନ୍ଦିରରେ ଭିଡ଼ ବଢିବା ଆଶଙ୍କା ଥିବାରୁ, ବଡ଼ଦାଣ୍ଡରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡିଂ ବ୍ୟବସ୍ଥା କରାଯାଇଛି ।ମରିଚକୋଟ ଛକରୁ ବାଉଁଶର ବାଡ ତିଆରି ହେଲାଣି ।ଏକାଧିକ ବାରିକେଡ ଦେଇ ଭକ୍ତ ଶ୍ରୀମନ୍ଦିରକୁ ଆସି ଜାନୁଆରୀ ୩ ତାରିଖରୁ ଆଗପରି କାଳିଆ ଠାକୁରଙ୍କ ଦର୍ଶନ କରିପାରିବେ ।






www. socialnewsodiaofficial.blogspot.com

Post a Comment

0 Comments