24-DECEMBER-2021
📌
BY: SRINIBASH ROUT
ଯାତ୍ରୀଙ୍କ ଗମନାଗମନ କୁ ସୁବିଧା କରିବା ପାଇଁ ୨୨ ଜିଲ୍ଲାରେ ନୂଆ ବସ୍ଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।୨୨ ଜିଲ୍ଲାର ୫୫ଟି ନୂଆ ବସ୍ଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ରାଜ୍ୟର ୨୨ ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକକୁ ବସ୍ ସଂଯୋଗ କରାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗ୍ରାମାଞ୍ଚଳରେ ଯୋଗାଯୋଗକୁ ସୁଗମ କରିବା ରାଜ୍ୟ ସରକାର ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି। ଏହି ନୂତନ ପଦକ୍ଷେପ ଗ୍ରାମାଞ୍ଚଳର ଲୋକମାନଙ୍କୁ ଉନ୍ନତ ଯୋଗାଯୋଗ ଭିତ୍ତିଭୂମି ସହ ଯୋଡ଼ିବା ଓ ଯୋଗାଯୋଗ କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ହେବ। ଜିଲ୍ଲା ମୁଖ୍ୟାଳୟ ସମେତ ଆର୍ଥିକ କାରବାର ତଥା ପର୍ଯ୍ୟଟନ କ୍ଷେତ୍ର ପାଇଁ ବେଶ ସହାୟକ ହେବ। ରାଜ୍ୟ ସଡ଼କ ପରିବହନ ବିଭାଗ ପକ୍ଷରୁ ସମଗ୍ର ଓଡିଶାକୁ ସଂଯୋଗ କରିବା ପାଇଁ ପ୍ରୟାସ ଜାରି ରହିଛି । ‘OSRTC ପକ୍ଷରୁ କମ୍ୟୁନିକେସନ ନେଟଓ୍ବାର୍କ କୁ ଆହୁରି ମଜବୁତ କରିବା ପାଇଁ ରାଜ୍ୟର କୋଣ ଅନୁକୋଣକୁ ବସ୍ ସଂଯୋଗ ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଉଦ୍ୟମ ଜାରି ରହିଛି’ ।ଭିତ୍ତିଭୂମି ବିକାଶ ତଥା ପ୍ରଭାବଶାଳୀ ଯୋଗାଯୋଗ ନେଟୱାର୍କର ଏକୀକରଣ ମାଧ୍ୟମରେ ଲୋକଙ୍କୁ ସଂଯୋଗ କରିବାରେ ନୂତନ ପଦକ୍ଷେପ ନିଆଯାଉଛି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଭି.କେ ପାଣ୍ଡିଆନ୍ ପରିଚାଳନା କରିଥିଲେ। ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ଶାସନ ସଚିବ ମଧୁସୁଦନ ପାଢୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ OSRTC ର CMD ଧନ୍ୟବାଦ ଅର୍ପଣ କରିଥିଲେ ।ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲା କଲେକ୍ଟର ଏବଂ ପରିବହନ ଅଧିକାରୀ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
www. socialnewsodiaofficial.blogspot.com
0 Comments