30-DECEMBER-2021
📌
BY: SRINIBASH ROUT
ଘରେ ବସି ଦାଖଲ କରିପାରିବେ ପରିଚୟ ପତ୍ର ସହ ଲାଇଫ୍ ସାର୍ଟିଫିକେଟ୍। ରାଜ୍ୟର ପେନସନଭୋରୀଙ୍କୁ ଆଉ ବାରମ୍ବାର ସରକାରୀ ଅଫିସ୍ ଦୌଡ଼ିବାକୁ ପଡିବ ନାହିଁ। ଘରେ ବସି ଦାଖଲ ପାରିବେ ପରିଚୟପତ୍ର ଓ ଲାଇଫ୍ ସାର୍ଟିଫିକେଟ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ୨୯ ତାରିଖ ପେନସନ ଭୋଗୀ ଙ୍କ ପାଇଁ ଡିଜିଟାଲ ଲାଇଫ୍ ସାର୍ଟିଫିକେଟ୍ ର ଶୁଭାରମ୍ଭ କରିଛନ୍ତି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି; ୫-ଟି ଏବଂ ମୋ ସରକାର ଦ୍ଵାରା ପେନସନ ଭୋଗୀ ଙ୍କ ସମସ୍ୟା ଦୂର ହେବ ।ନୂତନ ପଦ୍ଧତିରେ, ଆର୍ଟିଫିସିଆଲ୍
ଇଣ୍ଟେଲିଜେନ୍ସ ଆଧାରିତ ଭିଡିଓ-ଯାଞ୍ଚ୍ ପ୍ରକ୍ରିୟା ମାଧ୍ୟମରେ ପେନସନ ଭୋଗୀ ଙ୍କ ପରିଚୟ ପତ୍ର ଏବଂ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ ।ସରକାରୀ ଅଫିସ୍ ନ ଯାଇ ମୋବାଇଲ୍ ଫୋନ୍ ଜରିଆରେ ଡିଜିଟାଲି ପରିଚୟ ଓ ଲାଇଫ୍ ସାର୍ଟିଫିକେଟ୍ ଦେଇ ପାରିବେ ।ଏହି ସୁବିଧା ସାରା ରାଜ୍ୟରେ ଥିବା ‘ମୋ ସେବା କେନ୍ଦ୍ର’ରେ ମଧ୍ୟ ଉପଲବ୍ଧ ହେବ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଇ-ଡାଏରୀର ମଧ୍ୟ ଉନ୍ମୋଚନ କରିଛନ୍ତି ।ଯାହା ଦ୍ଵାରା ସରକାରୀ ଡାଏରୀରେ ଥିବା ସମସ୍ତ ସୂଚନା ମୋବାଇଲ୍ ଫୋନ୍ ମାଧ୍ୟମରେ ନାଗରିକମାନେ ସହଜରେ ଏବଂ ସୁବିଧା ଜନକ ଭାବେ ପାଇପାରିବେ ।ପେନସନ ଭୋଗୀଙ୍କୁ ଏପରି ଡିଜିଟାଲ ସେବା ଯୋଗାଇବାରେ ସାରା ଭାରତରେ ଓଡ଼ିଶା ପ୍ରଥମ। ବୟସ୍କ ପେନସନ ଭୋଗୀ ଙ୍କୁ ଏହା ବିଶେଷ ଭାବେ ସହାୟକ ହେବ।
www. socialnewsodiaofficial.blogspot.com
0 Comments