Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ପୁରୀରେ ଲୋକାର୍ପିତ ହେଲା ‘ନିମନ୍ତ୍ରଣ’; ଭୁବନେଶ୍ବରରେ ଗ୍ରାହକ ଓ ପର୍ଯ୍ୟଟକଙ୍କ ବିଶ୍ଵାସ ଜିତି ପାରମ୍ପରିକ ଓଡ଼ିଆ ଖାଦ୍ୟ ପରସୁ ଥିବା ଓଟିଡିସି ପକ୍ଷରୁ ନିର୍ମିତ ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ ପୁରୀରେ ମଧ୍ୟ ଲୋକାର୍ପିତ ହେଲା- ସେପ୍ଟମ୍ବର ୩ ତାରିଖରେ ‘ନିମନ୍ତ୍ରଣ’ ଉଦ୍ଘାଟିତ ହୋଇଥିଲା।

 


24-DECEMBER-2021


📌


BY: SRINIBASH ROUT

ଓଡ଼ିଆ ଖାଦ୍ୟ ପରସୁ ଥିବା ଓଟିଡିସି ପକ୍ଷରୁ ନିର୍ମିତ ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ ଗୁରୁବାର ୨୩ ତାରିଖ ପୁରୀରେ ମଧ୍ୟ ଲୋକାର୍ପିତ ହୋଇଯାଇଛି। ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଏହାକୁ ଲୋକାର୍ପଣ କରିଛନ୍ତି। ପାରମ୍ପରିକ ଖାଦ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ଗତବର୍ଷ କରୋନା କାଳରେ ‘ଆମ ଘର ଆମ ହାଣ୍ଡିଶାଳ’ ପ୍ରତିଯୋଗିତାର ପରିକଳ୍ପନା କରାଯାଇଥିଲା ।ଏହି ପ୍ରତିଯୋଗିତାକୁୂ ମାନ୍ୟବର ରାଜ୍ୟପାଳ, ମାନ୍ୟବର ମୁୂଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ଅନେକ ମନ୍ତ୍ରୀ, ଅଫିସର ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ବ୍ୟକ୍ତିମାନେ ସହଯୋଗର ହାତ ବଢ଼ାଇଥିଲେ ।ଯାହା ଏହି ପ୍ରତିଯୋଗିତାକୁ ସଫଳ ଓ ଲୋକାଦୃତ କରାଇପାରିଥିଲା ।ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଓଡ଼ିଆ ଖାଦ୍ୟର ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱ ଦେଉଥିବାବେଳେ ସେ ନିଜେ ଓଡ଼ିଆଙ୍କ ନିଜସ୍ୱ ଖାଦ୍ୟ ‘ପଖାଳ’ ଖାଇବାକୁ ପସନ୍ଦ କରିଥାନ୍ତି ।


‘ନିମନ୍ତ୍ରଣ’ ବିଗତ ତିନି ମାସ ମଧ୍ୟରେ ପାଖାପାଖି ୭୫ ଲକ୍ଷ ଟଙ୍କାର ବ୍ୟବସାୟ କରିଥିବା ବେଳେ, ମାସିକ ହାରାହାରି ୨୦ ଲକ୍ଷ ଟଙ୍କା ଲାଭ କରିଛି। କେବଳ ସେତିକି ନୁହଁ ଭୁବନେଶ୍ବର ସ୍ଥିତ ନିମନ୍ତ୍ରଣ ରେଷ୍ଟୁରାଣ୍ଟ ସମେତ ଭିତରକନିକା, ହ୍ୱାଇଟ କ୍ରାବ୍, ଚନ୍ଦ୍ରଭାଗା ଓ କଟକର ସିଲଭର ସିଟି ବୋଟ୍ କ୍ଲବ୍‌ରେ ପାଖାପାଖି ୭୫ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଓ ୫୦୦ରୁ ଊର୍ଦ୍ଧ୍ବ ପରୋକ୍ଷ ନିଯୁକ୍ତି ଦେବା ସହ ଓଟିଡିସି ରାଜ୍ୟରେ ଏକ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି। 


ତେବେ ଭୁବନେଶ୍ଵରରେ ନିମନ୍ତ୍ରଣ ରେଷ୍ଟୁରାଣ୍ଟ ଲୋକାର୍ପଣ ସମୟରେ ଖୁବ୍ ଶୀଘ୍ର ପୁରୀ ଓ ସମ୍ବଲପୁରରେ ମଧ୍ୟ ନିମନ୍ତ୍ରଣ ଆରମ୍ଭ କରିବାକୁ କଥା ଦେଇଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ। କେବଳ ନିମନ୍ତ୍ରଣ ନୁହଁ ପାରମ୍ପରିକ ସୁସ୍ୱାଦୁ ଓଡ଼ିଆ ଖାଦ୍ୟର ପ୍ରଚାର ଓ ପ୍ରସାର ପାଇଁ ଓଟିଡିସି ପକ୍ଷରୁ ଗତବର୍ଷ ଭଳି ଏବର୍ଷ ମଧ୍ୟ ‘ଆମ ଘର ଆମ ହାଣ୍ଡିଶାଳ’ ର ପରବର୍ତ୍ତୀ ସଂସ୍କରଣର ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି ଶ୍ରୀମତୀ ମିଶ୍ର ମତବ୍ୟକ୍ତ କରିଛନ୍ତି।  ଓଡ଼ିଆ ଖାଦ୍ୟର ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱ ଦେଉଥିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନ ରେ ଓଡ଼ିଆ ଖାଦ୍ୟର ପ୍ରତିଯୋଗିତା ‘ଆମ ଘର ଆମ ହାଣ୍ଡିଶାଳ’ର ଦ୍ୱିତୀୟ ସଂସ୍କରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।ଗତବର୍ଷ ଭଳି ଏଥିରେ ଅଧିକରୁ ଅଧିକ ମହିଳାମାନେ ସାମିଲ ହୋଇ ନିଜର ଦକ୍ଷତା ପ୍ରତିପାଦନ କରିବେ ବୋଲି ଆଶା ।


ଏହି ଅବସରରେ ଓଟିଡିସି ପରିଚାଳନା ନିର୍ଦ୍ଦେଶକ ତଥା ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ କହିଛନ୍ତି ଯେ, ଗତବର୍ଷ କରୋନା ମହାମାରୀ ଯୋଗୁଁ ଲୋକମାନେ ଘରୁ ପଦାକୁ ଆସି ପାରୁ ନଥିବା ବେଳେ ଗୃହିଣୀମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ  ଓଟିଡିସି ପକ୍ଷରୁ ଓଡ଼ିଆ ଖାଦ୍ୟ ପ୍ରତିଯୋଗିତା ହୋଇଥିଲା, ଯାହା ବେଶ ଆଦୃତ ହୋଇପାରିଥିଲା। 






www. socialnewsodiaofficial.blogspot.com

Post a Comment

0 Comments