Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

୧୩ ପ୍ରସ୍ତାବରେ କ୍ୟାବିନେଟ୍ ମୋହର; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୋଟ ୧୩ଟି ପ୍ରସ୍ତାବ ଉପରେ ବାଜିଛି କ୍ୟାବିନେଟ୍ ମୋହର -ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

 


25-DECEMBER-2021


📌


BY: SRINIBASH ROUT

ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ।୧୩ ପ୍ରସ୍ତାବକୁ ମୋହର ମାରିଛି କ୍ୟାବିନେଟ୍ । ଓଡ଼ିଶା ଇଲେକ୍ଟ୍ରିକାଲ ସର୍ଭିସ ଇଞ୍ଜିନିୟରିଂ କ୍ୟାଡର ପୁନର୍ଗଠିତ ହେବା ନେଇ ପ୍ରସ୍ତାବ ଉପରେ ମୋହର ବାଜିଛି ।ଲୋ ଭୋଲଟେଜ ସମସ୍ୟା ଦୂର ପାଇଁ ୨୬୦କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ ହୋଇଛି ।ରାଜ୍ୟରେ ଆସନ୍ତା ୩ ବର୍ଷରେ ୯୯ଟି ୩୩/୧୧ କେଭି ସବଷ୍ଟେସନ୍ ଏବଂ ୬୪ଟି ସ୍ବତନ୍ତ୍ର ୩୩କେଭି ଲାଇନ୍ ନିର୍ମାଣ ପାଇଁ ଆବଶ୍ୟକୀୟ ମଞ୍ଜୁରୀ ପ୍ରଦାନ କରାଯାଇଛି ।ଆଦିବାସୀ ଅଧ୍ୟୁସିତ ୧୭ଟି ଜିଲ୍ଲାରେ ବସବାସ କରୁଥିବା ଜନଜାତି ଛାତ୍ରଛାତ୍ରୀଙ୍କ ନିଜସ୍ବ ମାତୃଭାଷାରେ ଗୁଣାତ୍ମକ ଶିକ୍ଷାଦାନ ପାଇଁ ୩୩୨୮ ଜଣ ବହୁଭାଷୀ ଶିକ୍ଷା ସହାୟକଙ୍କୁ ନିଯୁକ୍ତି ଦିଆଯାଇଥିଲା ।ଯେଉଁ ବହୁଭାଷୀ ଶିକ୍ଷା ସହାୟକମାନେ ୩ ବର୍ଷ ନିରବଚ୍ଛିନ୍ନ ଭାବେ ସେବା ପ୍ରଦାନ କରିଥିବେ, ସେମନଙ୍କୁ କନିଷ୍ଠ ଶିକ୍ଷକ ଭାବରେ ପରିଗରତ କରାଯିବ ।ସେହିପରି ଯେଉଁ ବହୁଭାଷୀ କନିଷ୍ଠ ଶିକ୍ଷକ ମାନେ ୩ ବର୍ଷ ନିରବଚ୍ଛିନ୍ନ ଭାବେ ସେବା ପ୍ରଦାନ କରିଥିବେ, ସେମାନେ ସହାୟକ ଶିକ୍ଷକ ହେବେ ବୋଲି ନିଷ୍ପତ୍ତି ନିଆଯାଇଛି ।


ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପର ସାଳନ୍ଦୀ ମୁଖ୍ୟ ବାମ ପାର୍ଶ୍ବ କେନାଲର ୯୮୦୩ ହେକ୍ଟର ଚାଷ ଜମିକୁ ଭୂତଳ ପାଇପ୍ ଦ୍ବାରା ଜଳସେଚନ କରିବା ପାଇଁ ମୋଟ୍ ୨୫୭ କୋଟି ୪୬ ଲକ୍ଷ ୪୮ ହଜାର ୩୮୪ ଟଙ୍କାର ଟେଣ୍ଡରକୁ ଅନୁମୋଦନ ମିଳିଛି ।ସେହିପରି କଳାହାଣ୍ଡି ମ.ରାମପୁର ବ୍ଲକର ସାନ୍ଦୁଲ ନଦୀ ଉପରେ ବ୍ୟାରେଜ୍ ପ୍ରକଳ୍ପ ନିର୍ମାଣ ହେବ ।ଏହି ପ୍ରକଳ୍ପ ହେବା ଦ୍ବାରା ଜିଲ୍ଲାର ମରୁଡି ପ୍ରବଣ ଅଞ୍ଚଳରେ ବିନା ବିସ୍ଥାପନରେ ମୋଟ ୫୦୦୦ ହେକ୍ଟର ଜମିକୁ ଜନସେଚନ କରାଯାଇପାରିବ ।ଏହାଦ୍ବାରା ୨୯ଟି ଗାଁର ଚାଷୀ ଉପକୃତ ହେବେ ।ପାରାଦ୍ଵୀପ ତୈଳ ବିଶୋଧନାଗାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସ୍ବାକ୍ଷର ହୋଇଥିବା ମୁଝାମଣା ପତ୍ର ଅନୁଯାୟୀ ବିଦ୍ୟୁତ୍ ଶୁଳ୍କ ଛାଡ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି ।ପୌର ଆଇନ ଓ ମହାନଗର ନିଗମ ଆଇନ ସଂଶୋଧିତ ହୋଇଛି ।SCB ମେଡିକାଲ କଲେଜ ଡାକ୍ତରଙ୍କ କ୍ବାର୍ଟର୍ସ ପାଇଁ ୮୮୮ କୋଟି ଖର୍ଚ୍ଚ ହେବ ।୬୦୦ରୁ ଅଧିକ ଡାକ୍ତରଙ୍କ ପାଇଁ ୨ବର୍ଷରେ ସରିବ କ୍ବାର୍ଟର୍ସ ନିର୍ମାଣ କାମ ।









www. socialnewsodiaofficial.blogspot.com

Post a Comment

0 Comments