Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ; ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧର ଭାରତର ବିଜୟକୁ ୫୦ ବର୍ଷ ପୂର୍ତ୍ତୀ ନେଇ ଦେଶର ସଶସ୍ତ୍ର ବାହିନୀଙ୍କୁ କଲେ ପ୍ରଶଂସା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି- ୨୦୧୪ ଅକ୍ଟୋବର ୩ରେ ମନ କି ବାତର ପ୍ରଥମ ଏପିସୋଡ ପ୍ରସାରିତ ହୋଇଥିଲା ।

 


26-DECEMBER-2021


📌


BY: SRINIBASH ROUT

ମନ୍ କି ବାତ୍ କାର୍ଯ୍ୟକ୍ରମରେ ଶନିବାର ୨୫ତାରିଖ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।କୋଭିଡ଼-୧୯ ମହାମାରୀ ସମୟରେ ସମସ୍ତେ ଗୋଟିଏ ପରିବାର ଭଳି ଏକଜୁଟ ହୋଇଥିବାରୁ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦେଶବାସୀଙ୍କୁ ପ୍ରଶଂସା କରିଛନ୍ତି ।ଓମିକ୍ରନକୁ ନେଇ ସତର୍କ କରାଇ କହିଛନ୍ତି, ଓମିକ୍ରନକୁ ଡ଼ରିବା ନାହିଁ ।ପୂର୍ବ ଭଳି ଏହାକୁ ମଧ୍ୟ ସାହାସ ଓ ଧୌର୍ଯ୍ୟ ସହ ମୁକାବିଲା କରିବା ।ଓମିକ୍ରନ ଭାରତରେ ପ୍ରବେଶ କରୁଥିବାରୁ ଆମେ ଅଧିକ ସତର୍କ ରହିବା ।ନବବର୍ଷ ପ୍ରବେଶ ପ୍ରସ୍ତୁତି ବେଳେ କରୋନାଭାଇରସ ମୁକାବିଲାକୁ ବହୁଗୁଣ କରିବା ଲାଗି ଆମକୁ ଶପଥ ନେବାକୁ ପଡ଼ିବ ।


ତାମିଲନାଡ଼ୁରୁ କୁନୁର ହେଲିକେପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡ଼ିଏସ୍ ଜେନେରାଲ ବିପିନ ରାୱତ ଏବଂ ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂହଙ୍କୁ ପ୍ରଧାନମନ୍ତ୍ରୀ ମନେପକାଇ ଛନ୍ତି ।ସେ କହିଛନ୍ତି, ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂହଙ୍କ ଚିଠି ମୋ ଅନ୍ତରକୁ ସ୍ପର୍ଶ କରିଛି ।ପ୍ରଧାନମନ୍ତ୍ରୀ ତାଙ୍କ ସ୍କୁଲ ଚିଠି କଥା ସ୍ମରଣ କରି କହିଲେ, ମୃତ୍ୟୁ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିଥିବା ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂହଙ୍କୁ ୨୦୨୧ ଅଗଷ୍ଟରେ ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରାଯାଇଥିଲା ।ଏହି ସମ୍ମାନ ପରେ ସେ ନିଜ ସ୍କୁଲ ପ୍ରିନ୍ସପାଲଙ୍କୁ ଏକ ଚିଠି ଲେଖିଥିଲେ ।ଏହି ଚିଠି ପଢ଼ି ମୋ ମନକୁ ବିଚାର ଆସିଥିଲା, ସଫଳତାର ଶୀର୍ଷରେ ପହଞ୍ଚି ମଧ୍ୟ ନିଜର ମୂଳକୁ ଭୁଲିଯିବା ଦରକାର ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।ପ୍ରକାଶ ଥାଉ କି ଶେଷ ଥର ପାଇଁ ପ୍ରଧାନମନ୍ତ୍ରୀ ନଭେମ୍ବର ୨୮ରେ ଦେଶବାସୀଙ୍କ ସହିତ କଥା ହୋଇଥିଲେ ।






www. socialnewsodiaofficial.blogspot.com

Post a Comment

0 Comments