Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ନିଷ୍ପତ୍ତି-ବଦଳିପାରେ; କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଥିବାରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା ହେଲେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏହି ନିଷ୍ପତ୍ତି ବଦଳିପାରେ- ଡିଏମଇଟି ରମାରମଣ ମହାନ୍ତି ।

 


29-DECEMBER-2021


📌


BY: SRINIBASH ROUT

ବଦଳିପାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଖୋଲିବା ନିଷ୍ପତ୍ତି ।ଏ ନେଇ ଡିଏମଇଟି ରମାରମଣ ମହାନ୍ତି ସୂଚନା ଦେଇଛନ୍ତି ।ଡିଏମଇଟି କହିଛନ୍ତି, କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଥିବାରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା ।ହେଲେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏହି ନିଷ୍ପତ୍ତି ବଦଳିପାରେ ।ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମୀକ୍ଷା କରାଯିବ ।ସମୀକ୍ଷା ପରେ ବିଭାଗ ପକ୍ଷରୁ ପରାମର୍ଶ ଦିଆଯିବ ।ଉଲ୍ଲେଖଯୋଗ୍ୟ ଯେ, ଜାନୁଆରୀ ୩ରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଙ୍ଗଳବାର ଦିନ ଘୋଷଣା କରିଥିଲେ ।ଦେଢ ବର୍ଷ ପରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବା ନିଷ୍ପତ୍ତି ହୋଇଛି ।୩ ତାରିଖରୁ ସ୍କଲ ଖୋଲିବା ନେଇ ନିଷ୍ପତ୍ତି ହୋଇଛି ।ରାଜ୍ୟରେ ଥିବା  ପ୍ରାୟ ୨୭,୦୦୦ ବିଦ୍ୟାଳୟକୁ ଜାନୁୟାରୀ ୩ ତାରିଖରୁ ଖୋଲିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।


ରାଜ୍ୟରେ ସ୍କୁଲ ଖୋଲିବା ପାଇଁ ଗତ କିଛି ଦିନ ଧରି ଯେଉଁ କଳ୍ପନା ଜଳ୍ପନା ଚାଲିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ  ସରକାର ।ଏଥିପାଇଁ ବିଭିନ୍ନ ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଇଥିଲା ।ଏହାପରେ ନିଷ୍ପତ୍ତି ନେଇଥିଲେ ସରକାର । ଯେଉଁ ବିଦ୍ୟାଳୟରେ ଦଶମ ଶ୍ରେଣୀ ନିମନ୍ତେ ୫ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ସମାଟିଭ୍-୧ ପରୀକ୍ଷା ହେବାର ଅଛି, ସେହି ବିଦ୍ୟାଳୟ ଗୁଡ଼ିକୁ ୧୦ଜାନୁୟାରୀ ଠାରୁ ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।





www. socialnewsodiaofficial.blogspot.com

Post a Comment

0 Comments