29DECEMBER-2021
📌
BY: SRINIBASH ROUT
କଟକ ଜିଲ୍ଲା ଜଗତପୁର ପୀରବଜାରରେ ରାସ୍ତା ନିକଟରେ ରବିବାର ୨୬ ତାରିଖ ଏକ ଅଭାବାନୀୟ ଘଟଣା ଘଟିଛି। ଯେଉଁଠାରେ ଗୁଡ଼ି ଉଡ଼ା ପାଇଁ ବ୍ୟବହୃତ ମାଞ୍ଜା ସୂତା ଲାଗି କଟିଯାଇଛି ଜଣେ ଯୁବକର ବେକ। ଘଟଣା ସ୍ଥଳରେ ହିଁ ଚାଲିଯାଇଛି ଯୁବକର ଜୀବନ। ମୃତ ଯୁବକ ଜଣକ ହେଲେ ଜୟନ୍ତ ସାମଲ। ତାଙ୍କ ଘର ସ୍ଥାନୀୟ ଭୟରପୁର ଠାରେ। ରବିବାର ଅପରାହ୍ନରେ ଜୟନ୍ତ ନିଜ ବାଇକ୍ ଯୋଗେ ତାଙ୍କ ସ୍ତ୍ରୀଙ୍କ ସହ କଟକକୁ ମାର୍କେଟିଂ ପାଉଁ ଯାଉଥିଲେ। ପୀରବଜାର ଠାରେ ଗୁଡି ଉଡ଼ାଇବା ପାଇଁ ବ୍ୟବହାର କରାଯାଉଥିବା ବେଆଇନ୍ ମାଞ୍ଜା ସୂତା ତାଙ୍କ ବେକରେ ଗୁଡେଇ ହୋଇଥିଲା। ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ସେପଟେ ମୃତକ ପରିବାର ପକ୍ଷରୁ ଜଗତପୁର ଥାନାରେ ଅଭିଯୋଗ କରାଯାଇଛି ।
ଠିକ୍ ସେହିପରି ସୋମବାର ୨୭ ତାରିଖ ପୁରୀ ଠାରେ ମଧ୍ୟ ଜଣେ ବ୍ୟକ୍ତି ତାଙ୍କ ଅସୁସ୍ଥ ପୁଅ ପାଇଁ ଔଷଧ କିଣିବାକୁ ବଡ଼ଦାଣ୍ଡର ଏକ ଔଷଧ କିଣିବାକୁ ଯାଇଥିବାବେଳେ ଗୁଡ଼ି ସୂତାରେ ଲାଗି ତାଙ୍କ ବେକ କଟିଯାଇଛି ।ତାଙ୍କ ନାଁ ଭଂଜ ବିହାରୀ ପାତ୍ର ।ତାଙ୍କୁ ସଦର ହସ୍ପିଟାଲର ଶଲ୍ୟ ବିଭାରେ ଚିକିତ୍ସା କରାଯାଉଛି ।
www. socialnewsodiaofficial.blogspot.com
0 Comments