29-DECEMBER-2021
📌
BY: SRINIBASH ROUT
ଦୁନିଆର ସବୁଠୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଗୁଗଲ୍ ଉପରେ ୧୦ କୋଟି ଡଲାର ଅର୍ଥାତ୍ ୭୫୦ କୋଟି ଟଙ୍କାର ଜରିମାନା ଲାଗିଛି ।ବିଶ୍ୱର ପ୍ରମୁଖ ଆଇଟି କମ୍ପାନୀ ଗୁଗଲ ରୁଷିଆରେ ନିଷିଦ୍ଧ ଥିବା ବିଭିନ୍ନ କଣ୍ଟେଣ୍ଟଗୁଡିକୁ ତା’ର ସର୍ଚ୍ଚ ଇଞ୍ଜିନ ଜରିଆରେ ସର୍ବସାଧାରଣ କରି ଦେଖାଉଥିବା ଅଭିଯୋଗ ହୋଇଥିଲା। ଉକ୍ତ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ସ୍ଥାନୀୟ ସରକାରଙ୍କ ପକ୍ଷରୁ ମଧ୍ୟ କମ୍ପାନୀକୁ ଚେତାବନୀ ଦେବା ସହ ଉକ୍ତ ନିଷିଦ୍ଧ କଣ୍ଟେଣ୍ଟ କମ୍ପାନୀ ତା’ର ସାଇଟ୍ରୁ ଡିଲିଟ୍ ବା ହଟାଇବାକୁ କୁହାଯାଇଥିଲା। ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ଗୁଗଲ ଆପତ୍ତିଜନକ ଅନଲାଇନ୍ କଣ୍ଟେନକୁ ଡିଲିଟ୍ କରିନଥିଲା। ରୁଷିଆର ଏକ କୋର୍ଟ ଉକ୍ତ ମାମଲାର ବିଚାର କରି ଗୁଗଲ ଉପରେ ଜରିମାନା ଲଗାଯାଇଛି। ଗୁଗଲ ନ୍ୟାୟାଳୟଙ୍କ ଆଦେଶର ଅଧ୍ୟୟନ କରିବା ପରେ କାର୍ଯ୍ୟ କରିବ ।ସେହିଭଳି ସମାନ ଅଭିଯୋଗରେ ମଧ୍ୟ କୋର୍ଟ ମେଟା (ଫେସ୍ବୁକ) ଉପରେ ମଧ୍ୟ ୨୭.୧୫ ମିଲିୟନ ଡ଼ଲାର ଅର୍ଥାତ୍ ୨୦୫ କୋଟି ଟଙ୍କାର ଜରିମାନା ଲାଗୁ କରିଛନ୍ତି।
ନିଶାଦ୍ରବ୍ୟ, ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ମାମଲାରେ ପ୍ରଶାସନ ଇଣ୍ଟରନେଟ ମିଡିଆ କମ୍ପାନୀକୁ ଘେରି ନୋଟିସ ପଠାଇଥିଲା। ଏହାସହିତ ରାଷ୍ଟ୍ରପତି ପୁଟିନଙ୍କ ବିରୋଧୀ ଆଲେକ୍ସି ନଭଲାନୀ କଣ୍ଟେଣ୍ଟକୁ ପ୍ରସାରିତ କରୁଥିବା ଅନେକ କମ୍ପାନୀକୁ ପ୍ରଶାସନ ନୋଟିସ୍ ପଠାଇଥିଲା। ସବୁଠୁ ବଡ଼ କଥା ହେଉଛି ପ୍ରଥମ ଥର ପାଇଁ ଗୁଗଲ୍ ଉପରେ ଏତେ ବଡ଼ ଜରିମାନା ଲାଗିଛି।
www. socialnewsodiaofficial.blogspot.com
0 Comments