29-DECEMBER-2021
📌
BY: SRINIBASH ROUT
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ରହିଛି ମର୍ସିଡିଜ୍-ମେବ୍ୟାକ S 650 ସଜ୍ଜିତ କାର୍। ଏହି କାର୍ ଏବେ ତାଙ୍କ ସୁରକ୍ଷା (ରକ୍ଷୀ ସ୍ୱରୂପ ସାଙ୍ଗରେ ଯିବାଆସିବା କରିବା)ର ଏକ ଅଂଶ ହୋଇଛି। ଏହାକୁ ରେଞ୍ଜ ରୋଭର ଭୋଗ ଏବଂ ଟୟୋଟା ଲ୍ୟାଣ୍ଡ କ୍ରୁଜରରୁ ଅପଗ୍ରେଡ୍ କରାଯାଇଛି। ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନୂଆ ମେବ୍ୟାକ S 650ରେ ପ୍ରଥମ ଥର ହାଇଦ୍ରାବାଦ୍ ହାଉସରେ ଦେଖା ଯାଇଥିଲା, ଯେବେ ଭାରତ ଗସ୍ତରେ ଆସିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ସେ ଭେଟିବାକୁ ଯାଇଥିଲେ। ଆଉ ଏବେ ପୁଣିଥରେ ଏହି ଗାଡିକୁ ପ୍ରଧାନମନ୍ତ୍ରୀଙ୍କ କନଭୋୟରେ ଦେଖିବାକୁ ମିଳିଛି।
ମର୍ସିଡିଜ୍-ମେବ୍ୟାକ S 650 ଗାର୍ଡ ହେଉଛି VR10 ଲେବଲ ପ୍ରୋଟେକ୍ସନ ସହିତ ଅତ୍ୟାଧୁନିକ ଫେସଲିଫ୍ଟେଡ୍ ମଡେଲ୍, ଯାହାକି କୌଣସି ପ୍ରଡକ୍ସନ କାରରେ ଦିଆଯାଇଥିବା ଏ ପର୍ଯ୍ୟନ୍ତର ସର୍ବାଧିକ ସୁରକ୍ଷା। ରିପୋର୍ଟ ମୁତାବକ, ମର୍ସିଡିଜ୍-ମେବ୍ୟାକ ଗତ ବର୍ଷ ଭାରତରେ S 600 ଗାର୍ଡକୁ ୧୦.୫ କୋଟି ଟଙ୍କାରେ ଲଞ୍ଚ କରିଥିଲା ଏବଂ S 650ର ମୂଲ୍ୟ ୧୨ କୋଟି ଟଙ୍କାରୁ ଅଧିକ ରହିଛି। ଏହାର ସୁରକ୍ଷା ବ୍ୟବସ୍ଥା ଅତି ଶକ୍ତିଶାଳୀ। ବିସ୍ଫୋରଣରେ ମଧ୍ୟ ଏହାର କୌଣସି କ୍ଷତି ହେବ ନାହିଁ ବୋଲି କୁହାଯାଉଛିି। କାରର ସର୍ବାଧିକ ଗତି ହେଉଛି ୧୬୦ କିଲୋମିଟର ପ୍ରତି ଘଣ୍ଟା। କାରର ବଡ଼ି ଏବଂ ଝରକା କଠିନ ଇସ୍ପାତ୍ କୋର ବୁଲେଟକୁ ସାମ୍ନା କରି ପାରିବ। କୌଣସି ବିସ୍ଫୋରଣ ସମୟରେ ଏହି କାର୍ ଉପରେ ପ୍ରଭାବ ପଡ଼ିବ ନାହିଁ। ଏପରିକି କାରରେ ବସିଥିବା ବ୍ୟକ୍ତି ୧୫ କିଲୋଗ୍ରାମ ପର୍ଯ୍ୟନ୍ତ ଟିଏନ୍ଟି ବିସ୍ଫୋରଣରୁ ୨ ମିଟର ଦୂରରେ ଥିଲେ ମଧ୍ୟ ସୁରକ୍ଷିତ ରହିପାରିବେ। ଏହା ସ୍ୱତନ୍ତ୍ର ରନ୍-ଫ୍ଲାଟ ଟାୟାରରେ ମଧ୍ୟ ଚାଲି ପାରିଥାଏ, ଯାହା କ୍ଷତିଗ୍ରସ୍ତ ହେବା ସ୍ଥିତିରେ କାର୍ଯ୍ୟ କରିବା ଜାରି ରଖିଥାଏ। କାର୍ ଭିତରର ଇଣ୍ଟେରିୟର ମଧ୍ୟ ବହୁତ ଖାସ୍ ରହିଛି। ପ୍ରଧାନମନ୍ତ୍ରୀଙ୍କ ଗାଡ଼ିର ଅପଗ୍ରେଡ୍ ଏସ୍ପିଜି ଦ୍ୱାରା ସମ୍ପନ୍ନ ହୋଇଥାଏ।
www. socialnewsodiaofficial.blogspot.com
0 Comments