24-DECEMBER-2021
📌
BY: SRINIBASH ROUT
କୋରୋନାର ନୂତନ ଭାରିଆଣ୍ଟ ଓମିକ୍ରନ (Omicron) ଯୋଗୁଁ ବଢୁଥିବା ସଙ୍କଟକୁ ଦୃଷ୍ଟିରେ ରଖି ଆହ୍ଲାବାଦ ହାଇକୋର୍ଟ ପ୍ରଧାନମନ୍ତ୍ରୀ ମୋଦି (PM Modi) ଏବଂ ନିର୍ବାଚନ ଆୟୋଗକୁ ୟୁପି ବିଧାନସଭା ନିର୍ବାଚନ 2022 (UP Assembly Elections 2022) ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି ଯେ, ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତୃତୀୟ ଲହରରୁ ଜନତାଙ୍କୁ ବଞ୍ଚାଇବା ପାଇଁ ରାଜନୈତିକ ଦଳ ତରଫରୁ ଭିଡ଼ ଏକତ୍ରିତ କରି ନିର୍ବାଚନ ରାଲି ଉପରେ ରୋକ ଲଗାଯାଉ। ରାଜନୈତିକ ପାର୍ଟି ମାନଙ୍କୁ କୁହାଯାଉ ଯେ, ସେମାନେ ନିର୍ବାଚନ ପ୍ରଚାର ଟିଭି ଓ ଖବରକାଗଜ ମାଧ୍ୟମରେ କରନ୍ତୁ। ଅନ୍ୟପଟରେ ଏବିପି ସି ଭୋଟର ଏହି ପ୍ରସଙ୍ଗରେ ସର୍ଭେ କରିଥିଲା ଯେ, ଜନତା ଚାହୁଁଛନ୍ତି ଯେ, ରାଲି ନହେଲେ ଭଲ। କାରଣ ଜୀବନ ଥିଲେ ତ ଜୀବିକା ମିଳିବ। ଏହି ଆଦେଶ ବିଚାରପତି ଶେଖର କୁମାର ଯାଦବ ଜେଲରେ ବନ୍ଦ ଅଭିଯୁକ୍ତ ସଂଜୟ ଯାଦବଙ୍କ ଜାମିନ ମଞ୍ଜୁର କରିବା ଅବସରରେ କହିଛନ୍ତି।
www. socialnewsodiaofficial.blogspot.com
0 Comments