01-JANUARY-2022
📌
BY: SRINIBASH ROUT
ଶିକ୍ଷକଙ୍କ ପାଇଁ ଲାଗୁ ହେଲା ସପ୍ତମ ବେତନ କମିଶନ। ଏନେଇ ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି ।ସପ୍ତମ ବେତନ କମିଶନ ଲାଗୁ ହେବା ପରେ ଏଡେଡ୍ ବେସରକାରୀ ହାଇସ୍କୁଲ, ଉଚ୍ଚ ପ୍ରାଥମିକ ସ୍କୁଲ, ମଦ୍ରାସା ଓ ଏଡେଡ୍ ବେସରକାରୀ କଲେଜ ଶିକ୍ଷକ ଉପକୃତ ହେବେ। ଉଭୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନୂତନ ବେତନ ପାଇବେ ।ନୂତନ ବର୍ଦ୍ଧିତ ଦରମା ୨୦୨୨ ଜାନୁଆରୀ ୧ରୁ ଲାଗୁ ହେବ। ଏଥିରୁ ୨୬ ହଜାର ସ୍କୁଲ ଶିକ୍ଷକ ଓ ୧୬,୬୭୪ କଲେଜ ଶିକ୍ଷକ ଉପକୃତ ହେବ ।ଏଥିପାଇଁ ରାଜ୍ୟ ସରକାରଙ୍କୁ ୨୯୨ କୋଟି ଟଙ୍କା ଅତିରିକ୍ତ ବ୍ୟୟ କରିବାକୁ ପଡ଼ିବ ।କ୍ୟାବିନେଟ୍ ନିଷ୍ପତ୍ତି ନେଇ ମୁଖ୍ୟ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।ଏସବୁ ବ୍ୟତୀତ ସରକାରୀ କଲେଜଗୁଡ଼ିକର ୩ଟି ନିଯୁକ୍ତି ଓ ସେବା ସର୍ତ୍ତାବଳୀରେ ସଂଶୋଧନକୁ ମଧ୍ୟ କ୍ୟାବିନେଟ ମଞ୍ଜୁର କରିଛନ୍ତି ।ଓଡ଼ିଶା ସରକାରୀ କଲେଜ ପିଇଟି ନିଯୁକ୍ତି ଓ ସେବା ସର୍ତ୍ତାବଳୀ-୨୦୧୯, ଓଡ଼ିଶା ଲାଇବ୍ରେରୀ ନିଯୁକ୍ତି ଓ ସେବା ସର୍ତ୍ତାବଳୀ ନିୟମାବଳୀ-୨୦୧୭, ଲାବ୍ରୋଟୋରୀ ଆସିଷ୍ଟାଂଟ୍ ଓ ଷ୍ଟୋରକିପର ନିଯୁକ୍ତି ଓ ସେବା ସର୍ତ୍ତାବଳୀ ନିୟମାବଳୀ-୨୦୧୭ରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି।
www. socialnewsodiaofficial.blogspot.com
0 Comments