10-JANUARY-2022
📌
BY: SRINIBASH ROUT
ଦେଶର ରାଜଧାନୀରେ ବିସ୍ଫୋରକ ରୂପ ନେବାରେ ଲାଗିଛି କରୋନା ।ବିଶେଷ କରି ସମ୍ମୁଖ ଯୋଦ୍ଧା ଭାବେ ନିୟୋଜିତ କର୍ମଚାରୀ ଏହା ଦ୍ୱାରା ସଂକ୍ରମିତ ହେଉଥିବା ଜଣାପଡ଼ିଛି ।ସୋମବାର ୧୦ ତାରିଖ ରାଜଧାନୀ ଦିଲ୍ଲୀ ପୋଲିସର ପ୍ରାୟ ୧୦୦୦ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ପୋଲିସ କର୍ମଚାରୀଙ୍କ ମଧ୍ୟରେ ଲୋକ ସମ୍ପର୍କ ଅଧିକାରୀ ଓ ଅତିରିକ୍ତ କମିଶନର ଚିନ୍ମୟ ବିଶ୍ୱାଳ ଅଛନ୍ତି। ସମସ୍ତ ସଂକ୍ରମିତ ପୋଲିସ କର୍ମଚାରୀ ବର୍ତ୍ତମାନ ସଙ୍ଗରୋଧରେ ଅଛନ୍ତି। ଦିଲ୍ଲୀ ପୋଲିସ ରେ ୮୦,୦୦୦ ରୁ ଅଧିକ କର୍ମଚାରୀ ଅଛନ୍ତି। ପୋଲିସ କମିଶନର ରାକେଶ ଆସ୍ତାନା କରୋନା ସଂକ୍ରମଣ ରୋକିବା ପାଇଁ ଏସ୍ଓପି ଜାରି କରିଛନ୍ତି। ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ପାଇଁ ପରାମର୍ଶ ଦେଇଛନ୍ତି।
www. socialnewsodiaofficial.blogspot.com
0 Comments