Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

୩ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ: କେନ୍ଦ୍ରାପଡ଼ା ଜିଲ୍ଲାରେ ପଶିଲା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍, ଏକାଥରକେ ୩ ସଂକ୍ରମିତ ଚିହ୍ନଟ !




12-JANUARY-2022


📌


BY: SRINIBASH ROUT

କେନ୍ଦ୍ରାପଡ଼ାରେ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ।  ଓମିକ୍ରନ୍‌ ପ୍ରଜାତି କରୋନା ସଂକ୍ରମିତ ଚିହ୍ନଟ ହୋଇଛି। ପ୍ରଥମ କରି କେନ୍ଦ୍ରାପଡ଼ା ଜିଲ୍ଳାରେ ତିନି ଜଣ ଓମିକ୍ରନ୍‌ ପ୍ରଜାତି ସଂକ୍ରମିତ ଚିହ୍ନଟ  ।ସଂକ୍ରମିତ ଙ୍କ ମଧୢରେ କେନ୍ଦ୍ରାପଡ଼ା ଟାଉନ୍‌ ଅଂଚଳର ଜଣେ ସରକାରୀ ଡାକ୍ତର ଅଛନ୍ତି। ଅନ୍ୟ ଦୁଇ ଜଣ ଆଳି ଓ ପାଟକୁରା ଅଂଚଳର ବୋଲି ଜଣାପଡ଼ିଛି। ଏମାନଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ସମସ୍ତଙ୍କୁ ଘରେ ସଙ୍ଗରୋଧରେ ରହିବାକୁ କୁହାଯାଇଛି। ପ୍ରଶାସନ ପକ୍ଷରୁ ବି ସେମାନଙ୍କ ଉପରେ ନଜର ରଖାଯାଇଥିବା ସୂଚନା ମିଳିଛି। ମିଳିଥିବା ସୂଚନାନୁଯାୟୀ, ସୋମବାର ୧୧ ତାରିଖ ସମୁଦାୟ ୨୪ଜଣଙ୍କ କରୋନା ପଜିଟିଭ୍‌ ରିପୋର୍ଟ ଆସିଛି। ସେମାନଙ୍କ ମଧୢରୁ ତିନି ଓମିକ୍ରନ୍‌ ସଂକ୍ରମିତ ବୋଲି ଜଣାପଡ଼ିଛି। ଆଳି ଅଂଚଳର ଚିହ୍ନଟ ହୋଇଥିବା ସଂକ୍ରମିତ ବ୍ୟକ୍ତି ଜଣଙ୍କ ନିକଟରେ  ଦୁବାଇ ଆବୁଧାବିରୁ ଆସିଥିଲେ। ଘରେ ପହଞ୍ଚିବା ପରେ ଥଣ୍ତା ଓ ଜ୍ବରରେ ପୀଡ଼ିତ ଥିଲେ। ସେହିପରି ପାଟକୁରା ଅଂଚଳର ସଂକ୍ରମିତ ଯୁବକ ବାହାର ବୁଲାବୁଲି କରୁଥିବା ବେଳେ କରୋନା ସଂସ୍ପର୍ଶରେ ଆସିଛନ୍ତି। ଅନ୍ୟପକ୍ଷରେ ଡାକ୍ତର ନିକଟରେ ବାହାର ରାଜ୍ୟକୁ ବୁଲାବୁଲି କରିବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ଶାରିରୀକ ଅସୁସ୍ଥତା ଅନୁଭବ କରିଥିଲେ। ତିନି ସଂକ୍ରମିତ ଓମିକ୍ରନ୍‌ ପ୍ରଜାତିର ବୋଲି ରିପୋର୍ଟ ଆସିବା ପରେ ସେମାନଙ୍କ ଘରେ ସଙ୍ଗରୋଧରେ ରହିବାକୁ କୁହାଯାଇଛି। ସମସ୍ତେ ସୁସ୍ଥ ଥିବା ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ତୃତୀୟ ଲହର ମୁକାବିଲା ପାଇଁ ସରକାର ପ୍ରତି ଜିଲ୍ଲା ରେ କୋଭିଡ୍‌ ହସ୍ପିଟାଲ୍‌ ଗୁଡ଼ିକୁ ପୁନଃ କାର୍ଯ୍ୟକ୍ଷମ ପାଇଁ ନିର୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ଏହି ନିର୍ଦେଶ ପାଇବା ପରେ ଛତା ସ୍ଥିତ କୋଭିଡ୍‌ ହସ୍ପିଟାଲ୍‌କୁ ପୁନଃ ଚାଲୁ କରିବା ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।







www. socialnewsodiaofficial.blogspot.com

Post a Comment

0 Comments