Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ସରପଞ୍ଚ ହେବାପାଇଁ କ'ଣ ଯୋଗ୍ୟତା ଦରକାର ? ସରପଞ୍ଚଙ୍କ ଦରମା କେତେ ? ଜାଣନ୍ତୁ କ'ଣ ରହିଛି ନିୟମ - ଗ୍ରାମ ପଞ୍ଚାୟତର ମୁଖ୍ୟଙ୍କୁ ସରପଞ୍ଚ କୁହାଯାଏ

 


23-JANUARY-2022


📌


BY: SRINIBASH ROUT

ଆସନ୍ତା ମାସ ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହେବ ରାଜ୍ୟରେ ପଞ୍ଚାୟତ ନିର୍ବାଚନ । ତେବେ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ମହୋଲ ସରଗରମ ହୋଇ ଉଠିଛି । ସବୁଠି ପ୍ରସ୍ତୁତି ଆରମ୍ଭ ହୋଇଛି ।ସବୁ ରାଜନୈତିକ ଦଳ ପଞ୍ଚାୟତ ନିର୍ବାଚନ ପାଇଁ ଜୋରସୋରରେ ଲାଗି ପଡିଛନ୍ତି ।ତେବେ କ'ଣ ଆପଣ ଜାଣନ୍ତି କି ସରପଞ୍ଚ ହେବା ପାଇଁ କି ଯୋଗ୍ୟତା ଦରକାର? ପଞ୍ଚାୟତ ହାତେଇବା ପାଇଁ ସରପଞ୍ଚଙ୍କର ଯୋଗ୍ୟତା କ'ଣ ଥିବା ଦରକାର? ସରପଞ୍ଚଙ୍କର କାମ ସବୁ କ'ଣ ରହିଛି? ଏବଂ ସରପଞ୍ଚ କିଭଳି ନିର୍ବାଚିତ ହୁଅନ୍ତି? ଏବଂ ସରପଞ୍ଚଙ୍କର ଦରମା କେତେ? ତେବେ ଆସନ୍ତୁ ଜାଣିବା ସରପଞ୍ଚଙ୍କ ବିଷୟରେ ସମସ୍ତ ତଥ୍ୟ ।ଗ୍ରାମ ପଞ୍ଚାୟତ କିପରି ଗଠିତ ହୁଏ? ୨୦୦୦ ରୁ ୬୦୦୦ ଜନସଂଖ୍ୟା ଲୋକଙ୍କୁ ନେଇ ଗ୍ରାମ ପଞ୍ଚାୟତ ଗଠିତ ହୋଇଥାଏ ।ଗ୍ରାମ ପଞ୍ଚାୟତରେ ମୁଖ୍ୟତଃ ତିନୋଟି ପଦବୀ ଥାଏ । ୧) ସରପଞ୍ଚ ୨) ନାଏବ ସରପଞ୍ଚ ୩) ୱାର୍ଡମେମ୍ବର


ସରପଞ୍ଚ ହେବାପାଇଁ ଯୋଗ୍ୟତା କ'ଣ କ'ଣ ଦରକାର?

ସରପଞ୍ଚ ହେବାପାଇଁ ତାଙ୍କୁ ୨୧ ବର୍ଷ ହୋଇଥିବା ଦରକାର ।ଭୋଟର ତାଲିକାରେ ତାଙ୍କର ନାମ ଥିବା ଦରକାର ।କୁଷ୍ଠ ବା ଯକ୍ଷ୍ମା ରୋଗରେ ସେ ଆକ୍ରାନ୍ତ ହୋଇନଥିବେ ।ସେ ଦେବାଳିଆ ହୋଇନଥିବେ ।ସେ ପଞ୍ଚାୟତର ୱାର୍ଡ ମେମ୍ବର ହୋଇନଥିବେ ।ଏବଂ ଯେଉଁ ପାର୍ଥି ସରପଞ୍ଚ ପଦବୀ ପାଇଁ ଚୟନ ହୋଇଛନ୍ତି ସେ ସରକାରୀ କର୍ମଚାରୀ ହୋଇନଥିବେ ।ନିର୍ବାଚନ ଆଇନ୍ ଦ୍ଵାରା ଦଣ୍ଡିତ ହୋଇନଥିବେ ।


ସରପଞ୍ଚଙ୍କର କାର୍ଯ୍ୟ କ'ଣ?

ସରପଞ୍ଚଙ୍କର ଦୁଇ ପ୍ରକାରର କାର୍ଯ୍ୟ ଥାଏ ।ବାଧ୍ୟତାମୂଳକ ଏବଂ ଇଛାଧିନ ।ବାଧ୍ୟତାମୂଳକ କାର୍ଯ୍ୟରେ ରାସ୍ତା ନିର୍ମାଣ ଓ ତାର ରକ୍ଷଣାବେକ୍ଷଣ, ରାସ୍ତାରେ ଆଲୋକ ବ୍ୟବସ୍ଥା, ସର୍ବସାଧାରଣ ପାଇଁ ଜଳ ଯୋଗାଣ, ଜନ୍ମ ମୃ-ତ୍ୟୁ ଓ ବିବାହ ପଞ୍ଜିକରଣ, ହାଟ ପ୍ରତିଷ୍ଠା ଓ ଯାନିଯାତ୍ରା କରିବା ଏସମସ୍ତ କାର୍ଯ୍ୟ ସରପଞ୍ଚଙ୍କର ବାଧ୍ୟତାମୂଳକ କାର୍ଯ୍ୟ ଅଟେ ।


ଇଛାଧିନ କାର୍ଯ୍ୟ- ଗ୍ରାମର ଜଙ୍ଗଲ ସୁରକ୍ଷା, ପାଠାଗାର ପ୍ରତିଷ୍ଠା କରିବା, କୃଷି, ମେଳା ଆଦି ପରିଚାଳନା କରିବା, ଗାଧୁଆ ଘାଟ ନିର୍ମାଣ କରିବା, ନିଶା ନିବାରଣ କାର୍ଯ୍ୟ ଏସମସ୍ତ କାର୍ଯ୍ୟ ସରପଞ୍ଚଙ୍କର ଇଛାଧିନ କାର୍ଯ୍ୟର ଅନ୍ତର୍ଭୁକ୍ତ ।


ସରପଞ୍ଚଙ୍କର ମାସିକ ଦରମା କେତେ?

ସାମ୍ବିଧାନିକ ନିୟମ ଅନୁସାରେ ଜଣେ ସରପଞ୍ଚ ମାସିକ ୨୫୦୦ ଟଙ୍କା ପାଇଥାନ୍ତି ।

Post a Comment

0 Comments