14-JANUARY-2022
📌
BY: SRINIBASH ROUT
ନକଲି ଜିନିଷର ପେଣ୍ଠସ୍ଥଳୀ ପାଲଟିଛି ସିଲଭର ସିଟି ।ମାଲଗୋଦାମ ରୁ ପୁଣି ଜବତ ହୋଇଛି ନକଲି ସାମଗ୍ରୀ ।ଗୋଦାମରେ ନକଲି ଟମାଟୋ ସସ୍ ଏବଂ ଚିଲି ସସ୍ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା ।ଏହା ପରେ କଟକ ମାଲଗୋଦାମ ପୋଲିସ ଓ ସିଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁବାର ୧୩ ତାରିଖ ଏହି ମିଳିତ ଚଢ଼ାଉ କରାଯାଇଥିଲା। ବିପୁଳ ପରିମାଣର ଭେଜାଲ୍ ଟମାଟୋ ଓ ଚିଲି ସସ୍ ଜବତ କରିଛି ପୋଲିସ ।ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ ।ଜବତ ସସ୍ ଗୁଡିକରେ ଯାବତୀୟ ରସାୟନ ମିଶୁଥିବା ଜଣାପଡିଛି ।ହାତର ରଙ୍ଗ ଭଳି ଲାଗିଯାଉଛି ।ଏହା ସମ୍ପୂର୍ଣ୍ଣ ହାନିକାରକ ବୋଲି କହିଛନ୍ତି ଖାଦ୍ୟ ନିରାପତ୍ତା ଅଧିକାରୀ ପ୍ରତୀକ୍ଷା ଦାସ ।ଏତେ ପରିମାଣର ନକଲି ସସ୍ କେଉଁଠାରୁ ଆସିଲା ।କେବେ ଠାରୁ ଏହା ବିକ୍ରି ହେଉଥିଲା ତାହାର ତଦନ୍ତ କରୁଛି ପୋଲିସ। ସେହିପରି ଏହାକୁ ପ୍ରସ୍ତୁତ କରାଯାଉଥିବା ଏକ ଗୋଦାମରେ ମଧ୍ୟ ଚଢ଼ାଉ କରାଯିବ ବୋଲି ଏସ୍.ପି ସୂଚନା ଦେଇଛନ୍ତି ।
( ସବୁଠାରୁ ବଡ଼ କଥା ହେଉଛି ଏହାକୁ ବିଭିନ୍ନ ରିଟେଲରଙ୍କୁ ବିକ୍ରି ମଧ୍ୟ କରାଯାଉଥିଲା )
ସେପଟେ ଏହି ଘଟଣାକୁ ନିନ୍ଦା କରିଛି କଟକ ବଣିକ ସଙ୍ଘ। କିଛି ଅସାଧୁ ବ୍ୟବସାୟୀଙ୍କ ପାଇଁ ବଦନାମ୍ ହେଉଛି ମାଲଗୋଦାମ। ଅସଲି ନକଲି ପରକ୍ଷା କରି ସାମଗ୍ରୀ ରଖିବାକୁ ବ୍ୟବସାୟୀମାନଙ୍କୁ ଅପିଲ କଲା ସଙ୍ଘ। ତିଆରି ହେଉଥିବା ଫ୍ୟାକ୍ଟ୍ରି ଗୁଡିକ ଉପରେ ପ୍ରଥମେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍। ସେଠାରୁ ବନ୍ଦ୍ ହେଲେ ହିଁ ଏହା ଉପରେ ରୋକ ଲଗାଇ ହେବ ବୋଲି କଟକ ବଣିକ ସଙ୍ଘ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି।
ଏହା ପୂର୍ବରୁ ମଧ୍ୟ ଏହି ପରି ଭାବରେ କଟକରୁ ଅନେକ ନକଲି ଜିନିଷ ପତ୍ରକୁ ଜବତ କରାଯାଇଛି। ତେବେ କଟକ ରେ ନକଲି ପଦାର୍ଥ ର କାରବାର ଓ ପ୍ରସ୍ତୁତ ବୃଦ୍ଧି ପାଉଥିବାରୁ ଏହା ଉପରେ ଅଧିକ ତଦନ୍ତ କରାଯିବା ଓ ସରକାରୀ ସ୍ତରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜରୁରୀ ହୋଇପଡ଼ିଛି ବୋଲି ମତ ପ୍ରକାଶ ପାଉଛି।
www. socialnewsodiaofficial.blogspot.com
0 Comments