23-JANUARY-2022
📌
BY: SRINIBASH ROUT
ପୁଣି କଟକରେ ନକଲି ମସଲା କାରଖାନା ଠାବ। କଟକ ଜିଲ୍ଲା ଜଗତପୁର ରେ ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଚଢଉ ।ଓରିମିକ୍ସ ନାଁରେ କମ୍ପାନୀ ଖୋଲି ବିଭିନ୍ନ ଅଫର ଦେଇ ମସଲା ବିକ୍ରି କରୁଥିଲେ। ମସଲା ତିଆରି ପାଇଁ ଲାଇସେନ୍ସ ନଥିଲା। ମସଲା ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ କେମିକାଲ, ଚାଉଳ, କୁଣ୍ଡା ଗୁଣ୍ଡ ବ୍ୟବହାର କରୁଥିଲେ ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଚଢାଉ ସମୟରେ ସେଠାରୁ ବିପୁଳ ପରିମାଣର ମସଲା, ହଳଦୀ ଗୁଣ୍ଡ, ଅପମିଶ୍ରିତ ଲଙ୍କାଗୁଣ୍ଡ ଏବଂ ବିଭିନ୍ନ ଯନ୍ତ୍ରାଂଶ ମଧ୍ୟ ଜବତ କରାଯାଇଛି ।ସୂଚନା ଅନୁସାରେ ଦୀର୍ଘ ଦୁଇ ବର୍ଷ ହେବ ଜଗତପୁର ରେ ଏହି ନକଲି ମସଲା କାରଖାନା ଚାଲିଥିଲା ।ଏହି ନକଲି ସାମଗ୍ରୀ ସବୁ ଭଲ ଜରୀରେ ପ୍ୟାକିଂ କରାଯାଇ ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଲଣ କରାଯାଉଥିଲା ।ପରେ ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ଚଢାଉ କରିଥିଲା ।ଏନେଇ ମସଲା କାରଖାନା ମାଲିକ ରାଜେଶ ରାଉତକୁ ଗିରଫ କରିଛି ପୋଲିସ।
ସୁଚନା ଅନୁସାରେ ପୁର୍ବରୁ ମଧ୍ୟ ସସ୍,କେକ୍,ମିକ୍ସଚର, ଏପରି କି କେଏଫସି ରୁ ମଧ୍ୟ ଅନେକ ନକଲି ଜିନିଷ ତଥା ବାସି ଜିନିଷ ମିଳିଥିଲା ।
www. socialnewsodiaofficial.blogspot.com
0 Comments